ସରପଞ୍ଚଙ୍କ ଗାଡ଼ିରୁ ମିଳିଲା ୫ଲକ୍ଷ ଟଙ୍କା, ଜବତ କଲା ପୁଲିସ

କେଶଦୁରାପାଳ: ଘସିପୁରା ନିର୍ବାଚନ ମଣ୍ଡଳୀରେ ରାମଚନ୍ଦ୍ରପୁର ସରପଞ୍ଚଙ୍କଙ୍କ ଗାଡ଼ିକୁ ପୁଲିସ ଯାଞ୍ଚ କରିଥିଲେ। ତାଙ୍କ ଗାଡ଼ିରୁ ୫ଲକ୍ଷ ଟଙ୍କା ମିଳିଥିଲା। ଏହି ଟଙ୍କା କେଉଁଠାରୁ ଆଣିଲେ ଏବଂ କେଉଁଠାକୁ ନେଉଛନ୍ତି ତାହାର ସନ୍ତୋଷ ଜନକ ଉତ୍ତର ସେଦେଇପାରିନଥିଲେ। ଫଳରେ ସେହି ୫ଲକ୍ଷ ଟଙ୍କାକୁ ପୁଲିସ ଜବତ ସହ ତଦନ୍ତ ଆରମ୍ଭ କରିଛି।

prayash

୨୦୨୪ ସାଧାରଣ ନିର୍ବାଚନରେ ସ୍ବଚ୍ଛତା ଆଣିବା ନେଇ ଓଡ଼ିଶା ନିର୍ବାଚନ କମିଶନରଙ୍କ ନିର୍ଦେଶକ୍ରମେ ପୁଲିସ ଦ୍ଵାରା ବିଭିନ୍ନ ସ୍ଥାନରେ ଯାନବାହାନଗୁଡ଼ିକୁ ଯାଞ୍ଚ କରାଯାଉଛି। ଶୁକ୍ରବାର ଦିନ ଘସିପୁରା ନିର୍ବାଚନ ମଣ୍ଡଳୀ ୨୦ନଂ ଜାତୀୟ ରାଜପଥର ରାମଚନ୍ଦ୍ରପୁର ନିକଟଟରେ ପୁଲିସ ପକ୍ଷରୁ ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଥିଲା। ଏହି ସମୟରେ ରାମଚନ୍ଦ୍ରପୁର ସରପଞ୍ଚଙ୍କ ଗାଡ଼ିକୁ ଅଟକାଇ ପୁଲିସ ଯାଞ୍ଚ କରିିଥିଲେ। ଯାଞ୍ଚ ସମୟରେ ନଗଦ ୫ଲକ୍ଷ ଟଙ୍କା ଥିବା ଦେଖିବାକୁ ପାଇଥିଲେ। ପୁଲିସ ସମସ୍ତ ଟଙ୍କା ଜବତ ପରେ ସରପଞ୍ଚଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଏହି ଘଟଣା ଘସିପୁରା ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.