କପିଳେଶ୍ୱର ମନ୍ଦିରରେ ଶିବ-ପାର୍ବତୀ ବିବାହତ୍ସୋବ ଓ ଶୀତଳ ଷଷ୍ଠୀ

କେନ୍ଦୁଝରଗଡ଼: କେନ୍ଦୁଝର ସହର ଉପକଣ୍ଠ ନରଣପୁରସ୍ଥିତ ଘଡଘଡି ପାହାଡରେ ଥିବା ଶ୍ରୀ ଶ୍ରୀ କପିଶ୍ୱେର ମହାଦେବ ମନ୍ଦିରରେ ନବମବାର୍ଷିକୀ ଶିବ-ପାବର୍ତୀ ବିବାହୋତ୍ସବ ଓ ଶୀଳତ ଷଷ୍ଠୀ ଯାତ୍ରା ସୋମବାର ଧୁମ୍‌‌ଧାମରେ ପାଳିତ ହୋଇଯାଇଛି। ସକାଳ ୯ ଘଟିକାରେ ଘଡଘଡିସ୍ଥିତ ଶ୍ରୀ ଶ୍ରୀ କପିଳଶ୍ୱେର ମନ୍ଦିରକୁ କଳସ ଶୋଭାଯାତ୍ରା ଓ ପୂଜାର୍ଚ୍ଚନା ପରେ ପୂର୍ବାହ୍ନ ୧୧ଘଟିକାରେ ମନ୍ଦିରରୁ କନ୍ୟା ମାତା ପିତା ଭାବେ କେନ୍ଦୁଝର ଜଗନ୍ନାଥପୁରସ୍ଥିତ ବୈଜୟନ୍ତୀ ପଣ୍ଡା ଓ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦିତ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ବର ମାତା ପିତା କେନ୍ଦୁଝର ପବିତ୍ରଡିହାସ୍ଥିତ ସଶ୍ମୀତା ଦେବତା ଓ ଅମର ପ୍ରସାଦ ଦେବତାଙ୍କ ଘରୁ କନ୍ୟା ମାତା ପିତା ନରଣପୁରସ୍ଥିତ କପିଳେଶ୍ୱର ମନ୍ଦିର ଅଭିମୁଖେ ବିବାହ ଶୋଭାଯାତ୍ରା ବାହାରିଥିଲା।

prayash

ଏଥିରେ ନରଣପୁର, ଟାଙ୍ଗରପଳସା ଓ ହଳଦିଆଟାଙ୍ଗିରି ଗ୍ରାମର ହଜାର ହଜାର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ସାମିଲ ହୋଇ ପ୍ରଭୁଙ୍କ ବିବାହ ଶୋଭାଯାତ୍ରାରେ ସାମିଲ ହୋଇ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିବା ବେଳେ ଅପରାହ୍ନ ୩ଟାରୁ ବିବାହ ଉତ୍ସବ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷରେ ହୋଇଥିଲା। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ମଙ୍ଗଳବାର ପୂର୍ବାହ୍ନ ୧୧ଟାରୁ ନଗର ପରିକ୍ରମା ପରେ ବୁଧବାର କପିଳେଶ୍ୱର ମନ୍ଦିରରେ ପ୍ରଭୁଙ୍କ ପ୍ରବେଶ ସହ ମହାସ୍ନାନ ଉତ୍ସବ ଧୂମଧାମରେ ପାଳନ କରାଯିବ ବୋଲି ଶିବ ବିବାହୋତ୍ସବ କମିଟି ନରଣପୁରର ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ବୁଧବାର ପୂର୍ବାହ୍ନରେ ଦେବଦମ୍ପତ୍ତିଙ୍କ ଶ୍ରୀବିଗ୍ରହ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ରହିଛି। ଶିବ ବିବାହତ୍ସୋବ କମିଟି ନରଣପୁର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବିବାହୋତ୍ସବରେ ହଜାର ହଜାର ଭକ୍ତ ଯୋଗଦେଇ ଦେବ ଦେବ ମହାଦେବ ଓ ଜଗତ୍‌‌ଜନନୀ ମା’ପାର୍ବତୀଙ୍କ ଆର୍ଶିବାଦ ଲାଭ କରିବା ଦୃଶ୍ୟ ବେଶ୍‌‌ ନିଆରା ଥିଲା।

Comments are closed.