ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମିଳିତ ଅମଲା ମଞ୍ଚର ଦାବିପତ୍ର ପ୍ରଦାନ

କେନ୍ଦୁଝରଗଡ଼ : ଅମଲା ମାନଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକ ଓ କମ୍ପ୍ୟୁଟର ଦକ୍ଷତା ସତ୍ତ୍ବେ ସରକାର ବେତନ ପ୍ରଦାନରେ ତାରତମ୍ୟ ରଖୁଥିବାରୁ ଲେଭେଲ-୯କୁ ବୃଦ୍ଧି ସହ ଗ୍ରେଡ ପେ ୪୨୦୦ଟଙ୍କା ପ୍ରଦାନ ଦାବିରେ କେନ୍ଦୁଝର ଜିଲା ମିଳିତ ଅମଲା ମଞ୍ଚ କେନ୍ଦୁଝର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ସ୍ମାରକପତ୍ର ପ୍ରଦାନ କରାଯାଇଛି । ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ରଣା, ଆବାହକ ପ୍ରସନ୍ନ କୁମାର ବେହେରା, ସମ୍ପାଦକ ସରୋଜ କୁମାର ବେହେରା, ସଙ୍ଗଠନ ସମ୍ପାଦକ ସଚ୍ଚିଦାନନ୍ଦ ମହାକୁଡଙ୍କ ନେପତୃତ୍ୱରେ ଶତାଧିକ ଅମଲା ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକତ୍ରିତ ହେବାପରେ ଏକ ପ୍ରତିନିଧିଦଳ ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିବା ମିଡିଆ ସଂଯୋଜକ ପୀତବାସ ମହାନ୍ତ ଜଣାଇଛନ୍ତି।

Comments are closed.