ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ପରିଷଦ ବୈଠକ
ସମ୍ବଲପୁର: ସମ୍ବଲପୁରର ଦଲେଇପଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାରା ରାଜ୍ୟର ୨୨ଟି ଜିଲାରୁ ୧୯ଟି ମଣ୍ଡଳର କେନ୍ଦୁପତ୍ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ରାଜ୍ୟ ସଭାପତି ବିଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଉପ ସଭାପତି ଗୋକୁଳ ମେହେର, ସମ୍ପାଦକ ସଞ୍ଜିତ ମହାନ୍ତିଙ୍କ ସମେତ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହି ବୈଠକରେ ଆଗାମୀ ଦିନରେ ସର୍ବନିମ୍ନ ମଜୁରୀ ବୃଦ୍ଧି, ସିଜନାଲ କର୍ମଚାରୀଙ୍କ ଦରମା ବୃଦ୍ଧି, କର୍ମଚାରୀଙ୍କୁ ମିଳିବାକୁ ଥିବା ବୋନସ ଏପ୍ରିଲ ମାସ ଶେଷ ସୁଦ୍ଧା ପ୍ରଦାନ କରିବାକୁ ଦାବି କରାଯାଇଛି। ଏଥି ସହ କେନ୍ଦୁପତ୍ର କର୍ମଚାରୀ ମାନଙ୍କର ସମସ୍ତ ପରିବାରଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ, କନ୍ୟା ବିବାହ ପାଇଁ ସହାୟତା ଓ ଜିଏସଟି ଉଚ୍ଛେଦ କରିବାକୁ ମଧ୍ୟ ଦାବି କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଛି।
ପତ୍ର ସଂଗ୍ରହ ଆରମ୍ଭ ହୋଇଯାଇଥିବାରୁ ଶୀଘ୍ର ସରକାର କେଏଲଡିବି ବୈଠକ ଆହ୍ୱାନ କରି ଦାବି ପୂରଣ ଘୋଷଣା ନ କରିଲେ ଶହ ଶହ ତୋଳାଳୀ, କର୍ମଚାରୀ ଓ ଶ୍ରମିକ ମାନେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥି ସହ ସରୋଜ କର୍ଣ୍ଣ ଓ ବିନୋଜ ପ୍ରଧାନଙ୍କୁ ଉପ ସଭାପତି, କ୍ଷେତ୍ର ଚନ୍ଦ୍ର ବାରିକଙ୍କୁ କୋଷାଧ୍ୟକ୍ଷ, ମନୋଜ ସାହୁ, ଯଦୁମଣି ପାଣିଗ୍ରାହୀ, ଶିବା ନନ୍ଦ ପରିଚ୍ଛାଙ୍କୁ ସମ୍ପାଦକ ରୂପେ ନିର୍ବାଚିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ପଦ୍ମାବତୀ କିଷାନ, ମହମ୍ମଦ ମୁର୍ତଜା, ଯଦୁମଣି ପାଣିଗ୍ରାହୀ, ରତ୍ନାକର ପ୍ରଧାନ, ସଞ୍ଜୟ ଚୌଧୁରୀ, ପ୍ରଦୀପ ସାହୁ, ଶ୍ରୀକାନ୍ତ ମିଶ୍ର, କିଶୋର ପ୍ରଧାନ, ସିବା ନନ୍ଦ ପରିଚ୍ଛା, କୀର୍ତ୍ତନ ସେନାପତି, କ୍ଷେତ୍ରଚନ୍ଦ୍ର ବାରିକ, ଗୁରୁଚରଣ ପ୍ରଧାନ, ମନୋଜ ସାହୁ, ବିନୋଦ ଜେନା, ଅଶୋକ ମାଝୀ, ପରୀକ୍ଷିତ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବୈଠକର ପ୍ରାରମ୍ଭରେ ସଂଘର କୋଷାଧ୍ୟକ୍ଷକ ଦୀନବନ୍ଧୁ ବେହେରାଙ୍କ ବିୟୋଗରେ ଏକ ଶୋକ ପ୍ରସ୍ତାବ ଆଗତ କରାଯାଇ ଗଭୀର ଶୋକ ପ୍ରକାଶ ସହିତ ତାଙ୍କର ଦିବଙ୍ଗତ ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା।
Comments are closed.