ଝିଅ ପାଇଁ ଖୁସି ଅଛନ୍ତି ସୈଫ୍

0

ନବାବ୍ ସୈଫ୍ ଅଲୀ ଖାନ୍ ଆଜିକାଲି ରାଜସ୍ଥାନରେ ଆଗାମୀ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେଠା ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ସୈଫ୍ କହିଛନ୍ତି, ଘରଠାରୁ ଦୂରରେ ଅଛି କିନ୍ତୁ ମୁମ୍ବଇରେ ଘଟୁଥିବା ବିଭିନ୍ନ ଘଟଣାକୁ ନେଇ ମୁଁ ଖୁସି ଅଛି।

ସୈଫ୍ କହିଛନ୍ତି ବଡ଼ ଝିଅ ସାରାର ସଫଳତା ପାଇଁ ତାଙ୍କୁ ଏବେ ଖୁବ୍ ଆତ୍ମସନ୍ତୋଷ ମିଳୁଛି। ସାରାଙ୍କର ପ୍ରଥମ ଚଳଚ୍ଚିତ୍ର ‘କେଦାରନାଥ’ ଏଯାଏଁ ମୁକ୍ତିଲାଭ କରିନାହିଁ। ହେଲେ ନିର୍ଦେଶକ ରୋହିତ ସେଟ୍ଟିଙ୍କ ଆଗାମୀ ପ୍ରୋଜେକ୍ଟର ଅଫର୍ ସାରାଙ୍କୁ ମିଳିସାରିଛି।

ଝିଅର ସିନେ କ୍ୟାରିୟର ନେଇ ସାମାନ୍ୟ ଚିନ୍ତିତ ଥିଲେ ସୈଫ୍। ପରେ କିନ୍ତୁ ସାରାଙ୍କର ବୁଦ୍ଧିମତ୍ତା ଓ କାର୍ୟ୍ୟ କରିବାର ଶୈଳୀ ଦେଖି ସେ ଆଶ୍ବସ୍ତ ହୋଇଛନ୍ତି।

ସୈଫ୍ କହିଛନ୍ତି, ସାରା ଯେତେବେ​‌େ​‌ଳ ଉତ୍ତରାଖଣ୍ଡରେ ସୁଟିଂ କରୁଥିଲା, ଅନେକ ସମୟରେ ନେଟୱାର୍କ କାରଣରୁ ଫୋନ୍ ଲାଗେନାହିଁ। ସୈଫ୍ ଏଭଳି ବ୍ୟତିବ୍ୟସ୍ତ ହୁଅନ୍ତି ଯେ ସେଟର ନିର୍ଦେଶକଙ୍କଠାରୁ ଆରମ୍ଭ କରି ସ୍ପଟ୍ ବୟଙ୍କୁ ଫୋନ୍ କରି ପରିସ୍ଥିତି ବୁଝନ୍ତି। ଅନେକ ଥର ହୋଟେଲ ମ୍ୟାନେଜରଙ୍କୁ ଫୋନ୍ କରିଛନ୍ତି ସୈଫ୍।

Leave A Reply