www.samajalive.in
Sunday, December 7, 2025
14.1 C
Bhubaneswar

୪୦୦ କୋଟି କ୍ଲବରେ ‘ଟାଇଗର ୩’: କୃତଜ୍ଞତା ଜଣାଇଲେ କ୍ୟାଟ୍ରିନା

ମୁମ୍ବଇ: ସଲମାନ ଖାନ, କ୍ୟାଟ୍ରିନା କୈଫ ଅଭିନୀତ ‘ଟାଇଗର ୩’ର ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି। ‘ଟାଇଗର ୩’ ବିଶ୍ୱବ୍ୟାପୀ ୪୦୦ କୋଟି କ୍ଲବରେ ସାମିଲ ହୋଇଛି। ଫିଲ୍ମକୁ ମିଳୁଥିବା ଭଲପାଇବାକୁ ନେଇ କ୍ୟାଟ୍ରିନା ପ୍ରତିକ୍ରିୟା ଦେଇଛନ୍ତି। ଅଭିନେତ୍ରୀ କହିଛନ୍ତି, ‘‘ଟାଇଗର ଫ୍ରାଞ୍ଚାଇଜି ମୋତେ ୨୦୧୨ରୁ ଭଲପାଇବା ଦେଉଛି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏହି ଚଳଚ୍ଚିତ୍ରକୁ ମିଳୁଥିବା ଭଲପାଇବାରେ ମୁଁ ଅଭିଭୂତ। ଏକ ଥା ଟାଇଗର, ଟାଇଗର ଜିନ୍ଦା ହେ ଆଉ ଏବେ ଟାଇଗର ୩, ଏହି ଫିଲ୍ମଗୁଡ଼ିକ ମୋ ସିନେମା ଯାତ୍ରାର ଏକ ଅଂଶ। ଏଥିସହ ଜଣେ କଳାକାର ଭାବେ ମୋ ବିକାଶର ମଧ୍ୟ ଏକ ଅଂଶ। ଏହି ଫିଲ୍ମଗୁଡ଼ିକ ମୋତେ ବହୁତ ପସନ୍ଦ’’।

କ୍ୟାଟ୍ରିନା ଆହୁରି କହିଛନ୍ତି, ଏହା ହେଉଛି ଏକ ସଫଳ ଫ୍ରାଞ୍ଚାଇଜି, ଯାହା ଆମକୁ ଆମ ଚରିତ୍ରଗୁଡିକୁ ପୁନର୍ବାର ପ୍ରଦର୍ଶନ କରିବାର ସୁଯୋଗ ଦେଇଛି.. ଏହା ଏପରି ଚଳଚ୍ଚିତ୍ର ଯାହାକୁ ମୁଁ ନିଜ କ୍ୟାରିୟରରେ କରି ନିଜକୁ ଭାଗ୍ୟଶାଳୀ ମନେ କରୁଛି। ସେ କହିଛନ୍ତି, ଟାଇଗର ଫ୍ରାଞ୍ଚାଇଜିର ପ୍ରତ୍ୟେକ ଚଳଚ୍ଚିତ୍ର ମୋ ପାଇଁ ମାନସିକ ଏବଂ ଶାରୀରିକ ସ୍ତରରେ ଆହ୍ବାନମୂଳକ ଥିଲା। କ୍ୟାଟ୍ରିନା ଆହୁରି କହିଛନ୍ତି, ‘ଲୋକଙ୍କ ଭଲପାଇବା ଏବଂ ପ୍ରଶଂସା ସଲମାନ, ମୋତେ ଏବଂ ୱାଇଆରଏଫଙ୍କୁ ଏହି ଫ୍ରାଞ୍ଚାଇଜି ସହିତ ଲୋକଙ୍କ ମନୋରଞ୍ଜନ ଜାରି ରଖିବାକୁ ଉତ୍ସାହିତ କରିଛି।

- Advertisement -

 

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories