ନୂଆଦିଲ୍ଲୀ: ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କସ୍ତୁରୀରଙ୍ଗନ୍ କମିଟି ଜାତୀୟ ଶିକ୍ଷାନୀତି ଚିଠାକୁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶାଙ୍କଙ୍କୁ ପ୍ରଦାନ କରିଛନ୍ତି। ଏହି ଚିଠା ନୀତିରେ ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ପାଠ୍ୟକ୍ରମରେ ସାମିଲ କରିବା, ଏକ ଜାତୀୟ ଶିକ୍ଷା କମିଶନ୍ ଗଠନ କରିବା ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଦ୍ୱାରା ମନଇଚ୍ଛା ଫି’ ବୃଦ୍ଧି ଦମନ ଲାଗି ସୁପାରିସ୍ କରାଯାଇଛି। ଶିକ୍ଷକ ଶିକ୍ଷା କ୍ଷେତ୍ରରେ ଶିକ୍ଷକ ପ୍ରସ୍ତୁତି ଓ ଶିକ୍ଷା କାର୍ଯ୍ୟକ୍ରମଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ସହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ବହୁ ପାକ୍ଷିକ ବିଷୟବସ୍ତୁ ସାମିଲ୍ କରିବାର ପ୍ରସ୍ତାବ ରହିଛି।
ବିଷୟବସ୍ତୁଗୁଡ଼ିକରେ ଗଣିତ, ଜ୍ୟୋତିଷଶାସ୍ତ୍ର, ଦର୍ଶନ, ମନସ୍ତତ୍ତ୍ୱ, ଯୋଗ, ସ୍ଥାପତ୍ୟ, ଭେଷଜ ତଥା ଶାସନ, ରାଜୀନତି, ସମାଜ ଓ ଭାରଜୀୟ ଜ୍ଞାନ ବ୍ୟବସ୍ଥାର ସଂରକ୍ଷଣ ଆଦି ସାମିଲ୍ କରିବାକୁ ମଧ୍ୟ ସୁପାରିସ୍ କରାଯାଇଛି। ବର୍ତ୍ତମାନ ପ୍ରଚଳିତ ଜାତୀୟ ଶିକ୍ଷାନୀତି ୧୯୮୬ ମସିହାରେ ପ୍ରଚଳନ କରାଯାଇଥିଲା ଏବଂ ୧୯୯୨ ମସିହାରେ ଏଥିରେ ସଂଶୋଧନ ହୋଇଥିଲା।



