କର୍ଣ୍ଣାଟକରୁ ୧୫୨ କୋଟି ଟଙ୍କାର ସମ୍ପତ୍ତି ଜବତ

0

ନୂଆଦିଲ୍ଲୀ : ଦେଶର ଅନେକ ଏଟିଏମ୍‌ ଖାଲି ପଡିଥିବା ବେଳେ ନିର୍ବର୍ାଚନାଭିମୁଖୀ କର୍ଣ୍ଣାଟକରୁ ନଗଦ ୬୭.୨୭ କୋଟି ଟଙ୍କା ସହିତ ମୋଟ ୧୫୨ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି। ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ଏହି ସମ୍ପତ୍ତି ମଧ୍ୟରେ ୪୩ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ଓ ରୁପା ଏବଂ ୨୩.୩୬ କୋଟି ଟଙ୍କାର ମଦ ରହିଛି। ସେହିଭଳି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀଙ୍କ ସତ୍ୟପାଠ ଯାଞ୍ଚ କରିବା ପରେ ଆୟକର ବିଭାଗ ଚଢାଉ କରି ନଗଦ ୨୦.୪୩ କୋଟି ଟଙ୍କା ଜବତ କରିଛି। ସମ୍ପୃକ୍ତ ପ୍ରାର୍ଥୀ ୨୦୧୨-୧୩ରେ ଆୟକର ପୈଠ କରି ନ ଥିବା ବେଳେ ସତ୍ୟପାଠରେ ତାହା ପ୍ରଦାନ କରିଥିବା ନେଇ ଭୁଲ୍‌ ତଥ୍ୟ ଉଲ୍ଲେଖ କରିଥିଲେ। ସେହିଭଳି ଗୁଇନ୍ଦା ରିପୋର୍ଟକୁ ଭିତ୍ତି କରି ଆୟକର ପକ୍ଷରୁ ବହୁ ସରକାରୀ କଣ୍ଟ୍ରାକ୍ଟରଙ୍କ ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି।

Leave A Reply