୨୫ ବର୍ଷ ତଳର ପୋଷାକ ପିନ୍ଧିଲେ ପଟୌଦି ବେଗମ୍
କରୀନା କପୁର ଖାନ୍ ଅଭିନୀତ ‘ଭିରେ ଦି ୱେଡିଙ୍ଗ’ ନିକଟରେ ମୁକ୍ତିଲାଭ କରିଛି। ଉଭୟ ସମୀକ୍ଷକ ଓ ପ୍ରଶଂସକ ମହଲରେ ଚଳଚ୍ଚିତ୍ରଟି ବେଶ୍ ପ୍ରଶଂସିତ ହୋଇଛି। ଚଳଚ୍ଚିତ୍ର ସମ୍ପର୍କିତ କେତେକ ରୋଚକ ତଥ୍ୟ ନିକଟରେ ଜଣାପଡ଼ିଛି। ଚଳଚ୍ଚିତ୍ରର ଏକ ଦୃଶ୍ୟରେ କରୀନା କପୁର ସୁନ୍ଦର ଡିଜାଇନର ଲେହେଙ୍ଗାଟିଏ ପିନ୍ଧିଛନ୍ତି। ତେବେ ଏହି ଲେହେଙ୍ଗା ଚଳଚ୍ଚିତ୍ର ପାଇଁ ବିଶେଷ ଭାବେ ବରାଦ୍ ଦିଆହୋଇ ତିଆରି କରାଯାଇନାହିଁ। ୨୫ ବର୍ଷ ତଳର ପୁରୁଣା ଏହି ଡିଜାଇନର ଲେହେଙ୍ଗାକୁ ନେଇ ଜୋର୍ସୋର୍ରେ ଚର୍ଚ୍ଚା ଚାଲିଛି।
ଫେସନ୍ ଡିଜାଇନର୍ ଅବୁ ଜାନୀ ସନ୍ଦୀପ ଖୋସଲା କହିଛନ୍ତି, ପାଖାପାଖି ୨୫ ବର୍ଷ ତଳେ ସେ ଏଇ ଈଷତ୍ ହଳଦୀ ରଙ୍ଗର ଲେହେଙ୍ଗାର ଡିଜାଇନ୍ କରିଥିଲେ। ଏହା ସେସମୟରେ ଜନୈକ ନାମୀ ଅଭିନେତ୍ରୀ ନିଜ ବିବାହ ମେହେନ୍ଦୀରେ ପିନ୍ଧିଥିଲେ। ସମାନ ଡିଜାଇନର ଅନ୍ୟ ଏକ ଲେହେଙ୍ଗା ମଧ୍ୟ ସନ୍ଦୀପଙ୍କ ଫେସନ୍ ଗ୍ୟାଲେରୀରେ ଥିଲା। ଭିରେ ଦି ୱେଡିଙ୍ଗର ସୁଟିଂ ସମୟରେ ପ୍ରଯୋଜିକା ରୀୟା କପୁର(ଅନିଲ କପୁରଙ୍କ ସାନ ଝିଅ) ବରାବର୍ ସନ୍ଦୀପଙ୍କ ଶୋ’ ରୁମ୍କୁ ଆସୁଥିଲେ। ସେ ସଂଖ୍ୟାଧିକ ପୁରୁଣା ଲେହେଙ୍ଗା ମଧ୍ୟରୁ ଏଇ ହଳଦୀ ରଙ୍ଗର ଲେହେଙ୍ଗାକୁ ମନୋନୀତ କରିଥିଲେ। କରୀନାଙ୍କୁ ଯେତେବେଳେ ଏହି ଡିଜାଇନ୍ ଦେଖାଗଲା, ସେ ମଧ୍ୟ ଖୁବ୍ ଉତ୍ସାହିତ ହୋଇଥିଲେ। ପୁରୁଣା ଡିଜାଇନ୍ର ଲେହେଙ୍ଗାକୁ ସେ ଖୁବ୍ ପସନ୍ଦ କରିବା ସହ ତୁରନ୍ତ ପରିଧାନ କରି ସୁଟିଂ କରିଥିଲେ। ଏବେ ଚଳଚ୍ଚିତ୍ର ମୁକ୍ତିଲାଭ ପରେ ସେହି ଲେହେଙ୍ଗାର ଲୋକପ୍ରିୟତା କାହିଁରେ କ’ଣ? ଲେହେଙ୍ଗାର ମୂଲ୍ୟ ୬୬ହଜାର ବୋଲି ଜଣାପଡ଼ିଛି।