www.samajalive.in
Wednesday, December 10, 2025
14.1 C
Bhubaneswar

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

କଣ୍ଟାବାଞ୍ଜି : ବଙ୍ଗୋମୁଣ୍ଡା ବାବା ମଠ ପରିସରରେ ଥିବା ଗୋଷ୍ଠୀ କେନ୍ଦ୍ର ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଙ୍ଗୋମୁଣ୍ଡା ବ୍ଲକ ଶାଖା ତରଫରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ମନରଞ୍ଜନ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟମନ୍ତ୍ରୀ ଓଡିଶା ରାଜ୍ୟର ଚଉଷଠି ଜନଜାତି ସମ୍ପ୍ରଦାୟ ତଥା ୧ କୋଟି ଜନଜାତିଙ୍କ ପାଇଁ ସଭା ସମିତି, ରହିବା ଖାଇବା, ମ୍ୟୁଜିୟମ, ସାଂସ୍କୃତିକ କାର୍ଯ୍ୟକ୍ରମ, ବନଜାତ ଦ୍ରବ୍ୟ ବିକ୍ରୟ, ଆଦିବାସୀ କଳା ଭାସ୍କର୍ୟ୍ୟ ସ୍ଥାପତ୍ୟ ସୁରକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ଗୋଠପାଟଣା ଠାରେ ଆଦିବାସୀ ଭବନ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରି ଭିତ୍ତି ପ୍ରସ୍ତର ସ୍ଥାପନ, ଆଦିବାସୀ ମାନଙ୍କ ନାମରେ ଥିବା ପୁଲିସ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ବିଭାଗର ୫୦ହଜାର ମକଦ୍ଦମା ପ୍ରତ୍ୟାହାର, ଆଦିବାସୀ ମାନେ ସଂଗ୍ରହ ବିକ୍ରୟ କରୁଥିବା ଲଘୁବନଜାତ ଦ୍ରବ୍ୟ ଉପରେ ଲାଭ ଯୋଜନାରେ ସର୍ବନିମ୍ନ ସହାୟକ ଦର ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ରବୃତ୍ତି ସହିତ ନୁଆଁ ଓ ରେ ମଧ୍ୟ ବୃତ୍ତି ପ୍ରଦାନ, ଆଦିବାସୀ କଳା, ସଂସ୍କୃତି ସୁରକ୍ଷା, କ୍ରୀଡା, ଐତିହ୍ୟ ବିକାଶ, ଜୀବନ ଜୀବିକା ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ଆଦିବାସୀଙ୍କ ବିକାଶ ପାଇଁ ପାଣ୍ଠି ମଞ୍ଜୁରୀ, ଯାହାକି ଭାରତରେ ପ୍ରଥମ ଘଟଣା ହୋଇଥିବାରୁ ଆଦିବାସୀ କଲ୍ୟାଣ ସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।

ଅପରାହ୍ଣ ୪ଟା ମୁଖ୍ୟ ଖବର

- Advertisement -

କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ବିଧାୟକ ପ୍ରାର୍ଥୀ ହୋଇଥିବାରୁ ବୈଠକରେ ସ୍ୱାଗତ କରାଯାଇଥିଲା । ଉକ୍ତ ଧନ୍ୟବାଦ ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ମନରଞ୍ଜନ ଭୋଇ, ତୁରେକେଲା ବ୍ଲକ ସଭାପତି ଚଉବନ କିଶୋର ମାଝୀ,ଚକ୍ରଧର ଯାନୀ, ଟଙ୍କଧର ବିଶ୍ୱାଳ, ବସନ୍ତ ଭୋଇ, ଧନିରାମ ବିଶ୍ୱାଳ,ମହାଦେବ ଭୋଇ, କନ୍ଦର୍ପ ଭୋଇ, ଅଚ୍ୟୁତ ଭୋଇ, ପବିତ୍ର ଭୋଇ, ପୁରୁଷୋତ୍ତମ ଭୋଇ, ପୁରୁନ୍ଧର ଭୋଇ, କବିତ ଭୋଇ ଟଙ୍କଧର ଭୋଇ, ତୁନୁରାମ୍ ଭୋଇ, ଯୁଗେଶ୍ୱର୍ ଭୋଇ, ବିଭୀଷଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories