www.samajalive.in
Saturday, December 6, 2025
14.1 C
Bhubaneswar

କ୍ଷେତ୍ର ପରିଦର୍ଶନ ଓ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି : ତୁରେକେଲା ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ୮୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ,ଅଶୀଜଣ ଅଭିଭାବକ, ପିତାମାତା ଓ ସଂଯୋଜକମାନଙ୍କୁ ନେଇ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ତିଖାଲି ଡ୍ୟାମ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ଏହି ଅବସରରେ ନିର୍ଝରିଣୀ, କଣ୍ଟାବାଞ୍ଜି ତରଫରୁ ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିର୍ଝରିଣୀର ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ରଣାଙ୍କ ସଭାପତିତ୍ୱରେ ଶ୍ରୀ ଫକୀର ଚରଣ ବିଶି,ବିଆରସିସି, ମୁଖ୍ୟ ଅତିଥି, ଶ୍ରୀ ରାମକୃଷ୍ଣ ସେଲମା,ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଗୁରୁପ୍ରସାଦ ଛତ୍ରିଆ, ମୋହନ ବରିହା, ଅନୁପ କୁମାର ଦାସ, ଗଜୟ କୁମାର ଦାଶ, ଅମରେନ୍ଦ୍ର କୁମାର ବାଗ, ବିଆରପି ସୁନୀଲ କୁମାର ସାହୁ, ଜ୍ୟୋତି ବିକାଶ ବାରିକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବାଟି ଚାମଚ, ବେଲୁନ ଫୁଙ୍କା, ମ୍ୟୁଜିକ ଚେୟାର, ଚକୋଲେଟ ଖେଳ ଓ ପଠନ ପ୍ରବୃତ୍ତି ବୃଦ୍ଧି ପାଇଁ ଶିଶୁ ପତ୍ରିକା ପ୍ରଦର୍ଶନୀ ଓ ବଣ୍ଟନ ଆଦି କରାଯାଇ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅବସାଦରୁ ମୁକ୍ତି ପାଇବା ପାଇଁ ସମସ୍ତେ ଖେଳରେ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ରୋହିତ ବାରିକ, ବୃନ୍ଦାବନ ଭୋଇ,ପ୍ରଶାନ୍ତ ମହାପାତ୍ର, ଗଜିନ୍ଦ୍ର ହରିଜନ, ମମତା ପଣ୍ଡା, ରମେଶ ସୁନା, ଟିକେଶ୍ୱର ବେହେରା, ସଂଜୟ ଖୁରା, ସତ୍ୟ ପ୍ରକାଶ ସାହୁ,ଭବାନୀ ବେହେରା, ସରୋଜ ପୁରୋହିତ, ପ୍ରକାଶ ସେଲମା ଆଦି ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories