www.samajalive.in
Saturday, December 6, 2025
26.1 C
Bhubaneswar

ଚଳନ୍ତା ସ୍କୁଟିରେ ଆତସବାଜି କରି ଆତଙ୍କ ଖେଳାଉଥିଲେ, କାନ ଧରି କ୍ଷମା ମାଗିଲେ ୨ଯୁବକ

ଡେସ୍କ: ମଧ୍ୟପ୍ରଦେଶର ବାରୱାନି ଜିଲାରେ ସ୍କୁଟିରେ ଦୁଇ ଯୁବକ ଯାଉଥିବା ବେଳେ ବାଣରେ ନିଆଁ ଲଗାଇ ବିସ୍ଫୋରଣ କରି ରାସ୍ତାରେ ଆତଙ୍କ ଖେଳାଇଥିଲେ । ଚଳନ୍ତା ସ୍କୁଟିରେ ଆତସବାଜିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ କରିଥିଲେ ଏହି ଦୁଇ ଯୁବକ । ଭିଡ଼ିଓରେ ସେମାନେ କହୁଥିଲେ ଯେ ଯଦି ଦମ ଅଛି ଆମକୁ ଅଟକାଇକି ଦେଖାଓ । ତେବେ ଭିଡ଼ିଓକୁ ଦେଖିବା ପରେ ପୁଲିସ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ଦୁଇ ଯୁବକ ସର୍ବସାଧାରଣରେ କାନ ଧରି କ୍ଷମା ପ୍ରାର୍ଥନା କରିଛନ୍ତି । ଭାଇରାଲ ଭିଡ଼ିଓ ଆଧାରରେ ବାରୱାନି ପୁଲିସ ଉଭୟ ଯୁବକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି । ଏହାସହିତ ସେମାନଙ୍କ କାର୍ଯ୍ୟକଳାପ କ’ଣ ରହିଥିଲା ତାହା ମଧ୍ୟ ଜଣାଇଛି ପୁଲିସ ।

କୋଟୱାଲି ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ଦୀନେଶ ଚୌହାନ କହିଛନ୍ତି ଯେ ସୋସିଆଲ ମିଡ଼ିଆରେ ଦୁଇ ଜଣ ଯୁବକଙ୍କ ଭିଡ଼ିଓ ଭାଇରାଲ ହେଉଛି । ମୁଖ୍ୟ ରାସ୍ତାରେ ଦୁଇ ଜଣ ଯୁବକ ସ୍କୁଟିରେ ଆତସବାଜି କରି ବିପଦପୂର୍ଣ୍ଣ ଭାବରେ ଯାଉଥିଲେ । ଏହି ଦୁଇ ଯୁବକ ହେଲେ ସୁଦୀପ ଜୟପାଲ ଏବଂ ରାଜା କୁଶୱା । ଦୁଇ ଯୁବକଙ୍କୁ ପୁଲିସ ସାବାଡ କରିବା ପରେ ସେମାନେ କାନ ଧରି କ୍ଷମା ପ୍ରାର୍ଥନା କରିଥିଲେ । ଯାହାର ଭିଡ଼ିଓ କରି ପୁଲିସ ସେୟାରେ କରିଛି । ଫଳରେ ଅନ୍ୟ କେହି କେବେ ଏଭଳି କାମ କରିବାକୁ ସାହାସ କରିବେ ନାହିଁ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories