www.samajalive.in
Saturday, December 6, 2025
14.1 C
Bhubaneswar

କେନାଲରୁ ମିଳିଲା ଏସିପିଙ୍କ ପୁଅର ମୃତଦେହ, ଜଣେ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅତିରିକ୍ତ ପୁଲିସ କମିଶନରଙ୍କ ପୁଅ ନିଖୋଜ ଘଟଣା। ଶନିବାର ହରିୟାଣାର ପାନିପଥ କନୋଲରୁ ଲକ୍ଷ୍ୟ ଚୌହାନଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଜାନୁଆରୀ ୨୫ ତାରିଖରେ ଦିଲ୍ଲୀ ଏସିପି ୟଶପାଲ ଚୌହାନଙ୍କ ପୁଅ ଲକ୍ଷ୍ୟ ଏକ ବାହାଘର ଉତ୍ସବକୁ ଯାଇଥିବାବେଳେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାରେ ତଦନ୍ତ ଜାରି ରଖିଥିଲା। ଶନିବାର ଏକ କେନାଲରୁ ପୁଲିସ ଲକ୍ଷ୍ୟଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ଲକ୍ଷ୍ୟଙ୍କ ସାଙ୍ଗମାନେ ତାଙ୍କୁ କେନାଲରୁ ଠେଲି ମାରିଦେଇଥିବା ଜଣାପଡିଛି। ଟଙ୍କା ଲେଣଦେଣ ନେଇ ଲକ୍ଷ୍ୟଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ସେପଟେ ପୁଲିସ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories