www.samajalive.in
Saturday, December 6, 2025
16.1 C
Bhubaneswar

କଲକାତା ହାଇକୋର୍ଟର ଦୁଇ ବିଚାରପତିଙ୍କ ମଧ୍ୟରେ ସଂଘର୍ଷ ;ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଶନିବାର ଏକ ବିଶେଷ ମାମଲାର ଶୁଣାଣି ହେବାକୁ ଯାଉଛି। ଯାହା ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ଜଣେ ବିଚାରପତି ଆଉ ଜଣେ ବିଚାରପତିଙ୍କ ବିରୋଧରେ ଏକ ଭିନ୍ନ ଅଭିଯୋଗ କରିଛନ୍ତି। ଏହି ଘଟଣାଟି କଲକାତା ହାଇକୋର୍ଟର ଦୁଇ ଜଜ୍‌‌ଙ୍କ ସହ ଜଡିତ। ଘଟଣାର ଗୁରୁତ୍ୱକୁ ନଜରରେ ରଖି ସୁପ୍ରିମକୋର୍ଟ ଶନିବାର ଏହାର ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି। ମାମଲାକୁ ପ୍ରଧାନବିଚାରପତି ଜଷ୍ଟିସ୍‌‌ ଡିୱାଇ ଚନ୍ଦ୍ରଚୂଡଙ୍କ ସମେତ ୫ଜଣ ବରିଷ୍ଠ ବିଚାରପତି ଏହାର ଶୁଣାଣି କରିବେ।
ଘଟଣା କ୍ରମେ ଗୁରୁବାର (୨୫ ଜାନୁଆରୀ)ରେ ଜଷ୍ଟିସ୍‌‌ ଅଭିଜିତ ଗଙ୍ଗୋପାଧ୍ୟାୟ ପଶ୍ଚିମବଙ୍ଗର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍‌‌ବିବିଏସ୍‌‌ ପାଠ୍ୟକ୍ରମରେ ନାମଲେଖାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଉପରେ ଶୁଣାଣି କରି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା ବିରୋଧରେ ଜଷ୍ଟିସ ସୌମେନ ସେନ୍‌‌ଙ୍କ ଡିଭିଜନ ବେଞ୍ଚରେ ଆନ୍ଦୋଳନ କରିଥିଲେ। ଡିଭିଜନ ବେଞ୍ଚ ଜଷ୍ଟିସ୍‌‌ ଅଭିଜିତ ଗଙ୍ଗୋପାଧ୍ୟାୟ ଦେଇଥିବା ସିବିଆଇ ତଦନ୍ତ ନିର୍ଦ୍ଦେଶ ଉପରେ ରହିତାଦେଶ ଦେଇଥିଲେ। ମାତ୍ର ଏହାପରେ ମଧ୍ୟ ଅଭିଜିତ ଗଙ୍ଗୋପାଧ୍ୟାୟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଡିଭିଜନ ବେଞ୍ଚ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଯାଞ୍ଚ କରନ୍ତୁ ବୋଲି ମଧ୍ୟ କହିଥିଲେ। ଜଷ୍ଟିସ ସୌମେନ ସେନ୍‌‌ ଏହି ରାଜ୍ୟରେ କିଛି ରାଜନୈତିକ ଦଳ ପାଇଁ କାମ କରୁଛନ୍ତି ବୋଲି ମଧ୍ୟ ଜଷ୍ଟିସ୍‌‌ ଅଭିଜିତ ଗଙ୍ଗୋପାଧ୍ୟାୟ କହିଛନ୍ତି।
ଜଷ୍ଟିସ୍‌‌ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଅନ୍ୟ ୨ ଅଭିଯୋଗ ଅନୁଯାୟୀ, ୨୦୨୧ରେ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ସେନ୍‌‌ଙ୍କ ବଦଳି ପାଇଁ ସୁପାରିଶ କରିଥିଲେ। ତଥାପି ସେ କେଉଁ କାରଣ ପାଇଁ ହାଇକୋର୍ଟରେ ଏଯାବତ୍‌‌ ଅଛନ୍ତି?
ଜଷ୍ଟିସ୍‌‌ ଅଭିଜିତ ଗଙ୍ଗୋପାଧ୍ୟାୟ ଜଷ୍ଟିସ୍‌‌ ସେନ୍‌‌ ଓ ଅନ୍ୟ ଜଣେ ବିଚାରପତି ଜଷ୍ଟିସ୍‌‌ ଅମୃତା ସିହ୍ନାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ନିକଟରେ ଜଷ୍ଟିସ୍‌‌ ସେନ୍‌‌ ଜଷ୍ଟିସ୍‌‌ ଅମୃତା ସିହ୍ନାଙ୍କୁ ନିଜ ଚାମ୍ବରକୁ ଡାକିଥିଲେ। ଅଭିଷେକ ବାନାର୍ଜୀଙ୍କ ରାଜନୈତିକ ଭବିଷ୍ୟତ ଉଜ୍ଜ୍ୱଳ ଥିବାରୁ ତାଙ୍କୁ ହଇରାଣ ନକରିବାକୁ ଜଷ୍ଟିସ୍‌‌ ଅମୃତା ସିହ୍ନାଙ୍କୁ ଜଷ୍ଟିସ୍‌‌ ସେନ୍‌‌ କହିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories