www.samajalive.in
Saturday, December 6, 2025
14.1 C
Bhubaneswar

କେବେ ସୁଧୁରିବ କଣ୍ଟାବାଞ୍ଜି – ଗୁଡିଘାଟ ରାସ୍ତା? ଏହା ରାସ୍ତା ନୁହେଁ ମରଣଯନ୍ତା..

କଣ୍ଟାବାଞ୍ଜି : ରାସ୍ତା ପାଇଁ ସରକାର କରୁଛନ୍ତି କୋଟି କୋଟି ଟଙ୍କା ଖର୍ଚ୍ଚ। ଗ୍ରାମାଞ୍ଚଳରୁ ସହରାଞ୍ଚଳ ସଂଯୋଗ ପାଇଁ ଅନେକ ଯୋଜନା ମାଧ୍ୟମରେ ରାସ୍ତା ତିଆରି କରାଯାଉଛି । ହେଲେ ପ୍ରଶାସନିକ ଉଦାଶୀନତା ଯୋଗୁ ଏବେ ମଧ୍ୟ ଅନେକ ରାସ୍ତା ମରଣାଯନ୍ତା ପାଲଟିଛି ବୋଲି ଅଭିଯୋଗ ହୋଇଛି। କଣ୍ଟାବାଞ୍ଜିରୁ ଗୁଡିଘାଟ ଯାଉଥିବା ନୂଆପଡା ରାସ୍ତା ଅବସ୍ଥା ବର୍ତମାନ ବେହାଲ। ଏହି ରାସ୍ତା ଦେଇ ଦିନ ତମାମ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ରାସ୍ତା ସବୁ ଖାଲଖମାରେ ଭର୍ତି ।
ରାସ୍ତାକୁ ଦେଖିଲେ ଲାଗେ ଯେମିତି ଏହା ରାସ୍ତା ନୁହେଁ ମରଣଯନ୍ତା । ଖାଲଖମା ରାସ୍ତାରେ ପାଣି ଭର୍ତି ହୋଇ କାଦୁଅ ହେଉଛି । ଏହି ରାସ୍ତାରେ ଦଶ ଚକିଆ ଗାଡି, ଗେଟି ଓ ବାଲି ବୋଝେଇ ହାଇୱା ଅହ ରହ ଯିବା ଆସିବା ଦ୍ୱାରା ପାଦଚଲା ଲୋକଙ୍କୁ ମଧ୍ୟ ଅସୁବିଧାରେ ପକାଇ ଦେଇଥାଏ । ଏହି ରାସ୍ତା ଦେଇ ଯାଉଥିବା ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନେ ଅନେକ ଥର ଛୋଟ ବଡ଼ ଦୁର୍ଘଟଣା ଶିକାର ହୋଇଥିବା ମଧ୍ୟ ନଜର ରହିଛି । ବିଶେଷ କରି ସାପ୍ତାହିକ ବଜାର ସୋମବାର ଶୁକ୍ରବାର ଲୋକଙ୍କ ସମସ୍ୟା ଆହୁରି ବଢିଯାଏ । ଲୋକଙ୍କ ସୁବିଧା ଦୃଷ୍ଟିକୁ ନଜରରେ ରଖି ରାସ୍ତା ଭଲ କରିବାକୁ ସାଧାରଣରେ ଦାବି ହେଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories