www.samajalive.in
Friday, December 12, 2025
15.1 C
Bhubaneswar

ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କେନ୍ଦୁଝରଗଡ଼଼: ଧରଣୀଧର ବିଶ୍ୱବିଦ୍ୟାଳୟର ସେଲ୍‌ଫ ଫାଇନାନ୍ସିଂ ବିବିଏ ଛାତ୍ର ଅଭିଷେକ ରଜକ ମଙ୍ଗଳବାର ପୂର୍ବାହ୍ନରେ ଗମ୍ଭାରିଆରେ ରହୁଥିବା ଭଡାଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମଙ୍ଗଳବାର ପୂର୍ବାହ୍ନ ୮ରୁ ୧୧ ପର୍ଯ୍ୟନ୍ତ ପରୀକ୍ଷା ଥିବାବେଳେ ଅଭିଷେକ ପରୀକ୍ଷା ୨ ଘଣ୍ଟା ପରେ ଆସି ଭଡା ଘରେ ପହଞ୍ଚିଥିଲା। ଅଭିଷେକଙ୍କ ବାପା ବଡବିଲସ୍ଥିତ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ବେଳେ ପୁଅ ନିକଟକୁ ପୂର୍ବାହ୍ନ ୧୧ଟା ପରେ ବାରମ୍ବାର ଫୋନ କରିଥିଲେ ସୁଦ୍ଧା ଫୋନ ନଉଠାଇବାରୁ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରେ ପଢ଼଼ୁଥିବା ଝିଅକୁ ଫୋନ କରି ପୁଅ କାହିଁକି ଫୋନ ଉଠାଉ ନାହିଁ ଯାଇ ଦେଖିବା ପାଇଁ କହିଥିଲେ। ଏହାପରେ ଅଭିଷେକର ଭଉଣୀ ଭାଇ ରହୁଥିବା ଭଡାଘରେ ପହଞ୍ଚି ଭାଇକୁ ଖୋଜିବା ସହ ଉକ୍ତ ଭଡାଘରେ ରହୁଥିବା ଅନ୍ୟ ଛାତ୍ର ମାନଙ୍କୁ ପଚାରି ବୁଝିଥିଲେ। ଶେଷରେ ଅଭିଷେକ ରହୁଥିବା ଘର ଭିତରପଟୁ ବନ୍ଦ ଥିବା ଜାଣି କବାଟ ଭାଙ୍ଗି ଦେଖିବାରୁ ଅଭିଷେକ ବେକରେ ଲୁଗା ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଷେକଙ୍କ କୌଣସି ଏକ ଯୁବତୀ ସହ ପ୍ରେମ ସମ୍ପର୍କ ଥିବା ଏବଂ ସମ୍ପୃକ୍ତ ଯୁବତୀ ଜଣକ ଅଭିଷେକଙ୍କ ମୋବାଇଲ ନମ୍ବରକୁ ବ୍ଲକ କରି ଦେଇଥିବାରୁ ଅଭିଷେକ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories