nua o banner

କଂଗ୍ରେସର ମିଶ୍ରଣ ପର୍ବରେ ସାମିଲ ହେଲେ ଶତାଧିକ ପରିବାର

BSKY banner  750×100

ଧାମରା: ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜାତୀୟ କଂଗ୍ରେସ ଦଳ ବହୁ ଜନମତ ହାସଲ କରିବା ଉଦ୍ୟମ ଜାରୀ ରଖିଛି। ଧାମରା ଅଂଚଳର ଜଣେ ଟାଣୁଆ ନେତା ଅମୀୟ କୁମାର ମହାପାତ୍ର ଚଳିତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥି ହୋଇଥିବା ବେଳେ ଧାମରା ଅଂଚଳରେ ତାଙ୍କୁ ବହୁ ସମର୍ଥନ ମିଳବା ନେଇ ସେ ଆଶାବାଦୀ। ଏହାକୁ ଦୃଷ୍ଟିରେ ରଖି ଆଜି ଅମୀୟ ମହାପାତ୍ରଙ୍କ ନିଜ ପଂଚାୟତ କଇଥଖୋଲା ଏବଂ ଦୋସିଙ୍ଗାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ କଇଥଖୋଲା ପଂଚାୟତରେ ୬୦ରୁ ଅଧିକ ପରିବାର ଆସି ନୂତନ ଭାବେ କଂଗ୍ରେସରେ ସାମିଲ ହୋଇଥିବା ବେଳେ ଦୋସିଙ୍ଗା ପଂଚାୟତରେ ୫୦ରୁ ଅଧିକ ପରିବାର ଅନ୍ୟ ରାଜନୈତିକ ଦଳ ପରିତ୍ୟାଗ କରି ଏଥିରେ ସାମିଲ ହୋଇଥିଲେ।

Comments are closed.