www.samajalive.in
Wednesday, December 10, 2025
26.1 C
Bhubaneswar

ବଡ଼ମ୍ବା ବିଧାନସଭା ଲାଗି ନାମାଙ୍କନ ପତ୍ର ଦାଖଲ କଲେ ଦେବୀପ୍ରସାଦ ମିଶ୍ର

ବଡ଼ମ୍ବା/ଆଠଗଡ଼: ଦେଶରେ ୬ଷ୍ଠ ପର୍ଯ୍ୟାୟ ଏବଂ ରାଜ୍ୟର ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବାର ୨ୟ ଦିନରେ ମଙ୍ଗଳବାର ବଡମ୍ବା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ନିଜର ନାମାଙ୍କନ ପତ୍ର ୮୭-ବଡମ୍ବା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି। ୭ମ ଥର ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଦେବୀ ପ୍ରସାଦ ମିଶ୍ର ଆରାଧ୍ୟା ମା ଭଟ୍ଟାରିକାଙ୍କ ପୀଠରେ ପୂଜାର୍ଚ୍ଚନା ପରେ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ବ ସମର୍ଥକଙ୍କ ସହିତ ଏକ ବିଶାଳ ପଟୁଆରରେ ଆସି କଟକ ଲୋକସଭା ବିଜେଡି ପ୍ରାର୍ଥୀ ଡଃ ସନ୍ତୃପ୍ତ ମିଶ୍ରଙ୍କ ଉପସ୍ଥିତିରେ ଆଠଗଡ଼ ଉପଜିଲ୍ଲାପାଳ ତଥ ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶୀ ମିଶ୍ର ୧୯୯୫ରୁ ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ବଡମ୍ବା ନିର୍ବାଚନ ମଣ୍ଡଳୀରୁ ଲଗାତାର ୬ଥର ପ୍ରତିଦ୍ୱନ୍ଦିତା କରି ବିଜୟୀ ହେବା ସହ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ଅଳଂକୃତ କରିଥିଲେ। ଶ୍ରୀ ମିଶ୍ର ନିର୍ବାଚନ ଅଧିକାରୀଙ୍କ ନିକଟରେ ୪ସେଟ୍‌‌ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସେଗୁଡିକରରେ ରଘୁପତି ମହାନ୍ତି, ନିର୍ମଳ କୁମାର ଜେନା, ମେଘନାଦ ପାତ୍ର ଓ ପ୍ରଦୀପ୍ତ କୁମାର ସ୍ୱାଇଁ ପ୍ରସ୍ତାବକ ରହିଥିବା ଜଣାପଡ଼ିଛି। ଶ୍ରୀ ମିଶ୍ରଙ୍କ ସହ କଟକ ଜିଲ୍ଲାପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, ବିଜେଡି ରାଜ୍ୟ ସାଧାରଣ ସଂପାଦକ ପ୍ରଫୁଲ୍ଲ ସିଂହ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପ୍ରଭାତ କାନୁନଗୋ,ବଡମ୍ବା ଓ ନରସିଂହପୁର ବ୍ଲକର ଅଧ୍ୟକ୍ଷଙ୍କ ସମେତ ସମସ୍ତ ନିର୍ବାଚିତ ଜିଲ୍ଲାପରିଷଦ ଓ ପଞ୍ଚାୟତ ପ୍ରତିନିଧି, ବହୁ ତୁଙ୍ଗନେତା ଶ୍ରୀ ମିଶ୍ରଙ୍କ ନାମାଙ୍କନ ବେଳେ ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories