www.samajalive.in
Wednesday, December 10, 2025
15.1 C
Bhubaneswar

ରେଳ ଧାରଣାରୁ ଯୁବକର ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଜିଆରପି ପୁଲିସ ମୁରିବାହାଲ -କଣ୍ଟାବାଞ୍ଜି ରେଳ ଧାରଣା କିଲୋମିଟର ଖମ୍ବ ୧୭୧/୬୮, ବଙ୍ଗୋମୁଣ୍ଡା ଫାଟକ ଆଗକୁ ଆଜି ଜଣେ ଯୁବକ ର ମୁଣ୍ଡ ବିହୀନ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକଙ୍କ ଘର କଣ୍ଟାବାଞ୍ଜି ସହର ଅଶୋକନଗରରେ ଏବଂ ସେ ଦୟାନିଧି ବାରିକ ବୋଲି ଜିଆରପି ପୁଲିସ ସୂଚନା ଦେଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ବିଶାଖାପାଟଣା -ରାୟପୁର ପ୍ୟାସେଞ୍ଜର ଟ୍ରେନଧକ୍କାରେ ଜଣେ ପ୍ରାଣ ହରାଇଥିବା ନେଇ ଟ୍ରେନ ପାଇଲଟ କଣ୍ଟାବାଞ୍ଜି ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ। ଏହାପରେ ଷ୍ଟେସନ ମାଷ୍ଟର ଜିଆରପି ପୁଲିସକୁ ମେମୋ ଦେବାପରେ, ସ୍ଥାନୀୟ ଆରପିଏଫ ପୁଲିସ ଏବଂ ଟିଟିଲାଗଡ ଜିଆରପି ଇନଚାର୍ଜ ଅଫିସର ଏନ.କେ ବେହେରା ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତର ଖାନାକୁ ନିଆଯାଇଥିଲା। ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories