www.samajalive.in
Sunday, December 7, 2025
26.1 C
Bhubaneswar

ପିକଅପ ଭ୍ୟାନ ଓଲଟି ଦୁଇ ଗୁରୁତର ; ୩୦ ରୁ ଅଧିକ ଆହତ

କଲ୍ୟାଣସିଂ ହପୁର : ରାୟଗଡାଜିଲା କଲ୍ୟାଣସିଂହପୁର ଓ କୋଲନରା ବ୍ଲକମୁଖ୍ୟ ରାସ୍ତାର ଭେଜା ଗାଁ ନିକଟରେ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାରେ ୨ଜଣ ଗୁରୁତର ଆହାତ ହୋଇଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ତେବେ ଘଟଣା ସ୍ଥଳରେ କଲ୍ୟାଣସିଂହପୁର ଓ କୋଲନରାରୁ ୧୦୮ ଆମ୍ବୁଲାନ୍ସ ପଂହଚିବା ପରେ ଆହତମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ରାୟଗଡାର ରାମଚନ୍ଦ୍ରପୁର(କିଆଝରଣ) ଗାଁରେ ବାହାଘର ଭୋଜିରେ ଯୋଗ ଦେବା ପାଇଁ ଭେଜା ଗ୍ରାମର  ପିକଅପ ଭ୍ୟାନ ୩୦ରୁ ଉର୍ଦ୍ଧ ଗ୍ରାମବାସୀ ଯାଉଥିବା ବେଳେ ଭାରସାମ୍ୟ ହରାଇ ଭ୍ୟାନଟି ରାସ୍ତା କଡରେ ଓଲଟି ପଡିଥିଲା । ଯାହା ଫଳରେ ଭ୍ୟାନରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଓଲଟି ପଡିଥିଲେ ।ଉକ୍ତ ଖବର ଚାନ୍ଦିଲି ଓ କଲ୍ୟାଣସିଂହପୁର ପୁଲିସ ପାଇ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ବାସୀଙ୍କ ମିଳିତରେ ଗୁରୁତର ମାନଙ୍କୁ ଉଦ୍ଧାର କରି ଜିଲା ସ୍ବାସ୍ଥ୍ୟ କେନ୍ଦ୍ର ଓ ସାମାନ୍ୟ ଆହତଙ୍କୁ ସିକରପାଇ ସ୍ଵାସ୍ଥ୍ୟ କେନ୍ଦ୍ର କୁ ପଠାଇଥିବା ଜଣାପଡିଛି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories