www.samajalive.in
Sunday, December 7, 2025
13.1 C
Bhubaneswar

କତାଗୁଡା ରାସ୍ତା ଅବସ୍ଥା ଶୋଚନୀୟ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ଗ୍ରାମ ପଞ୍ଚାୟତ କତାଗୁଡା ଗ୍ରାମ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। କତାଗୁଡା ଗ୍ରାମର ମାଟିଆ ସାହି ଠାରୁ ଆଦିବାସୀ ସାହିକୁ ସଂଯୋଗ ହୋଇଥିବା ରାସ୍ତା ଆଜକୁ ଅନେକ ବର୍ଷ ହେଲା ମାଟି ରାସ୍ତାରେ ପଡି ରହିଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ବର୍ଷା ଜଳରେ କାଦୁଅ ପଚପଚ ହେଉଛି।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ ; ଏସବୁ ଜିଲାରେ ବର୍ଷିବ..


ଫଳରେ ଗ୍ରାମରୁ ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜକୁ ଯିବା ଆସିବା ନିମନ୍ତେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି। ଗ୍ରାମକୁ ଦୁଇ ଚକିଆ ଯାନ କି ଚାରିଚକିଆ ଯାନ ଓ ଟ୍ରାକ୍ଟର ଗଲେ ରାସ୍ତାର ଅବସ୍ଥା ବେହାଲ ହୋଇପଡୁଛି। ଏହି ରାସ୍ତାକୁ ନେଇ କତାଗୁଡା ଗ୍ରାମରୁ ବଳରାମ କୌଶଲ୍ୟା, ପବିତ୍ର ପାଲାକା, ସୁଦର୍ଶନ ଖାଡିଆ, ଲେଲି କାନ୍ଧପାଣି ଭଳି ପ୍ରମୁଖ ବ୍ୟକ୍ତି ବିଶେଷ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଆଶ୍ୱାସନା ଛଡା କୌଣସି ପ୍ରକାର ସୁଫଳ ମିଳି ପାରୁନାହିଁ ବୋଲି କହିଛନ୍ତି। ଏଣୁ ଏହି ରାସ୍ତା ପ୍ରତି ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟ କରିବା ନିମନ୍ତେ ଅଞ୍ଚଳର ଯୁବ ଗୋଷ୍ଠି ଓ ବୁଦ୍ଧିଯିବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories