www.samajalive.in
Sunday, December 7, 2025
18.1 C
Bhubaneswar

ଜିଦ୍‌ରେ ଅଟଳ ଡଙ୍ଗରିଆ, ମାମଲା ନ ଉଠାଇଲେ ଭୋଟବର୍ଜନ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧମାନେ ମାମଲା ନ ଉଠାଇବା ପର୍ଯ୍ୟନ୍ତ ଭୋଟବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରବିବାର ନିୟମଗିରି ଆବାହକ ଲଦ ଶିକକାଙ୍କ ନିର୍ଦେଶରେ ଲାଖପଦର ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାର ଆମର ବିକାଶ ନାମରେ ବହୁତ ଲୁଟ୍‌ ଓ ଶୋଷଣ କରୁଛନ୍ତି।

ଆମକୁ ଅଙ୍ଗନବାଡ଼ି କେନ୍ଦ୍ର, ଗାଁରେ ସିସି ରାସ୍ତା, ବିଦ୍ୟାଳୟ, ବିଶୁଦ୍ଧ ପାନୀୟଜଳ ଓ ସ୍ୱାସ୍ଥ୍ୟସେବା ଆବଶ୍ୟକ ରହିଥିବାବେଳେ ତାହା ନ କରି ଆମକୁ ପ୍ରତାରିତ କରୁଛନ୍ତି। ଏଗୁଡ଼ିକ ଆବଶ୍ୟକ ରହିଛି ବୋଲି ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ବିକାଶ ହୋଇପାରୁ ନାହିଁ। ପାର୍ସାଲିରେ ପ୍ରାୟ ୪୦ବର୍ଷ ହେବ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ରହି ଆମର କ’ଣ ବିକାଶ କରିଛି। ଓପିଲିପି ମଧ୍ୟ ଆମର କୌଣସି ବିକାଶ କରିନାହିଁ। କେବଳ ନିୟମଗିରି ପାହାଡ଼ରେ ଥିବା ଖଣି ଉପରେ ନଜର କରି ବେଦାନ୍ତ କମ୍ପାନୀକୁ ସାହାଯ୍ୟ କରୁଛନ୍ତି।

- Advertisement -

ଓପିଲିପିକୁ ଉଠାଇ ଦେଲେ ମଧ୍ୟ ଆମର ଆପତ୍ତି ନାହିଁ। ଆମେ ନିୟମଗିରିର ୧୧୨ ଖଣ୍ଡ ଗ୍ରାମବାସୀ ନିଜ ଭିଟାମାଟି ମା’ ପାଇଁ ଜଳ, ଜମି, ଜଙ୍ଗଲ ବିକାଶ ପାଇଁ ଲଢ଼ି ଆସୁଛୁ। କିନ୍ତୁ ତାହାକୁ ନେଇ ପୁଲିସ ନିରୀହ ଡଙ୍ଗରିଆମାନଙ୍କୁ ମାଓବାଦୀ ଆଖ୍ୟା ଦେଇ ଆନ୍ଦୋଳନକାରୀଙ୍କ ନାମରେ ମାମଲା ରୁଜୁ କରିଛି। ଜ​‌େ​‌ଣ ଜଣଙ୍କ ନଁାରେ ୪ରୁ ୫ଟି ଲେଖାଏଁ ମାମଲା କରିଛନ୍ତି। ଏହି ସବୁ ମାମଲା ଆମ ନାମରୁ ଉଠାଇ ଦେଲେ ଆମେ ଭୋଟ ଦେବୁ। ନ ହେଲେ ଆମେ ଭୋଟ ଦେବୁ ନାହିଁ ବୋଲି ଡଙ୍ଗରିଆଙ୍କ ବୈଠକରେ ନିଷ୍ପତ୍ତି ହୋଇଛି।

ଏପ୍ରିଲ ମାସରେ ଜିଲା ଆରକ୍ଷୀ ଅଧୀକ୍ଷକ ଲାଖପଦର ଓ ପାର୍ସାଲି ଆସି ତୁମର ସବୁ କେସ ଉଠାଇ ଦେବି ଏବଂ ତୁମକୁ ସାହାଯ୍ୟ କରିବା ପାଇଁ ଆସିଛି ବୋଲି କହିଥିଲେ। କିନ୍ତୁ ତାହା ମିଥ୍ୟା ପ୍ରମାଣିତ ହୋଇଥିବା ଲଦ କହିଛନ୍ତି। ନିୟମଗିରି ଡଙ୍ଗରିଆ କନ୍ଧ ସମେତ ସିଜୁମାଳି, ଖଣ୍ଡୁଆମାଳି, ଦେଉଳମାଳି, ହନୁମାନମାଳି, ପାପଡାମାଳି, ଫର୍କୀ ମାଳିକୁ ସରକାର ଲିଜ୍‌ ଦେଇଛନ୍ତି। ସେ ସବୁ ବାତିଲ କରାଯାଉ, ନଚେତ ଉକ୍ତ ଅଞ୍ଚଳର ଡଙ୍ଗରିଆମାନେ ମଧ୍ୟ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଲଦ ଶିକକା କହିଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories