www.samajalive.in
Sunday, December 7, 2025
26.1 C
Bhubaneswar

ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜାଗା ଦାନ କରି ପୁଣି ଚର୍ଚ୍ଚାରେ କେ.ରତ୍ନାଜି

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଶିବ ମନ୍ଦିର ପାଖ ଗୌତମ ନଗରରେ ରହିଆସୁଥିବା କେ.ରତ୍ନାଜି ପୁଣି ଚର୍ଚ୍ଚାରେ। କିଛି ଦିନ ତଳେ ଡ. ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପାଞ୍ଚ ସେଣ୍ଟ ଜାଗା ଦାନ କରିଥିଲେ। ସେହି ପାଖରେ ଆଜି ପୁଣି ବୀର ବିର୍ସା ମୁଣ୍ଡାଙ୍କ ଜନ୍ମଦିନରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଜାଗା ଦାନ କରି ଚର୍ଚ୍ଚା ସାଉଁଟିଛନ୍ତି।

୧୮୭୫ ନଭେମ୍ବର ୧୫ରେ ଝାଡ଼ଖଣ୍ଡର ଉଲିହାଟୁ ଗାଁରେ ବିର୍ସା ମୁଣ୍ଡା ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ସେ ନିର୍ଭୀକ, ସାହସୀ, ସ୍ବାଧୀନଚେତା ଥିଲେ। ସେ ସମୟରେ ବିଦେଶୀ ଶାସନ ଅତ୍ୟାଚାରରେ ଆଦିବାସୀମାନଙ୍କୁ ମଧ୍ୟ ଶୋଷଣ କରାଯାଉଥିଲା। ସେତିକିବେଳେ ବିର୍ସାଙ୍କ ନେତୃତ୍ବରେ ସମସ୍ତେ ଏକଜୁଟ ହେଲେ। ଆଦିବାସୀମାନେ ତାଙ୍କୁ ନେତା ତଥା ଲୋକନାୟକ ଭାବେ ଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ପ୍ରତିମୂର୍ତ୍ତି ସ୍ଥାପନା ନିମନ୍ତେ ଭୂମି ପୂଜନ କରି ଆଠ ଫୁଟର ଏକ ମୂର୍ତ୍ତି କରିବା ପାଇଁ ଆଗେଇଥିବା କେ.ରତ୍ନାଜିଙ୍କୁ ନେଇ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories