www.samajalive.in
Sunday, December 7, 2025
14.1 C
Bhubaneswar

ମିଳୁନି ‘କାଳିଆ’ ଯୋଜନା ଫର୍ମ, ଅସନ୍ତୁଷ୍ଟ ହିତାଧିକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ

କଲମପୁର : ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ମିଳିପାରୁନି ‘କାଳିଆ’ ଯୋଜନାର ଫର୍ମ। ଅସନ୍ତୁଷ୍ଟ ହିତାଧିକାରୀ ଶେଷରେ ରାଜରାସ୍ତାକୁ ଓହ୍ଲାଇ ରାସ୍ତା ଅବୋରଧ କରି ନିଜ ଅସନ୍ତୋଷ ବ୍ୟକ୍ତ କରିବା ଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।
ପ୍ରାପ୍ତ ସୂଚନା ଅନୁସାରେ, ଗତ ୨୫ ଜାନୁଆରୀରୁ ଆରମ୍ଭ ହୋଇଥିବା ‘କାଳିଆ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଫର୍ମ ଦାଖଲ ପାଇଁ ଦାସିଗାଁ ପଞ୍ଚାୟତ ଅଧିନସ୍ଥ ହିତାଧିକାରୀ ମାନେ କ୍ରମାଗତ ଭାବେ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡି ଆସୁଥିଲେ ମଧ୍ୟ କେତେବେଳେ ଫର୍ମ ନାହିଁ ତ କେତେବେଳେ ଫର୍ମ ଦାଇତ୍ୱରେ ଥିବା କର୍ମଚାରୀଙ୍କ ଅନୁପସ୍ଥିତି କାରଣରୁ ନିରାଶ ହେଉଥିଲେ ହିତାଧିକାରୀ। ଯେଉଁଥିପାଇଁ ସେମାନଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଏହି ଅସନ୍ତୋଷ କାରଣରୁ ସୋମବାର ସକାଳେ ସମବେତ ହିତାଧିକାରୀ ଫର୍ମ ନ ପାଇବା ପର୍ଯ୍ୟନ୍ତ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାକୁ ଅବରୋଧ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ମୁତାବକ ଶତାଧିକ ହିତାଧିକାରୀ ଦାସିଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ। ଏହି ରାସ୍ତା ଅବରୋଧ ଦ୍ୱାରା ଉଭୟ ପଟରେ ଅନେକ ଯାନ ବାହାନ ଅଟକି ରହିବା ସହ ବହୁ ଯାତ୍ରୀ ହଇରାଣ ହରକତ ହେଇଥିଲେ। ଶେଷରେ ବ୍ଲକ କୃଷି ଅଧିକାରୀ ତୁରନ୍ତ ଆନ୍ଦୋଳନ ସ୍ଥଳରେ ଥିବା ସମସ୍ତ ହିତାଧିକାରୀଙ୍କୁ ‘କାଳିଆ’ ଆବେଦନ ଫର୍ମ ପ୍ରଦାନର ବ୍ୟବସ୍ତା କରିବାରୁ ରାସ୍ତା ଅବରୋଧ ପ୍ରତ୍ୟାହାର କରାଯାଇଥିଲା।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories