ସମସ୍ୟା ଘେରରେ ବୈଦ୍ୟେଶ୍ୱର ପ୍ରାଣୀ ଚିକିତ୍ସାଳୟ

କଳାପଥର (ବାଙ୍କୀ ):ବାଙ୍କୀ ଉପଖଣ୍ଡର ବୈଦ୍ୟେଶ୍ୱର ପୁରାତନ ପ୍ରାଣୀ ଚିକିତ୍ସାଳୟ ଏଵେ ଡାକ୍ତର ବିହୀନ ହୋଇପଡିଛି। ଫଳରେ ଶହ ଶହ ପଣ୍ଡା, ମଇଁଷି, ଗାଇ, ବଳଦ, ମେଣ୍ଢା, ଛେଳି, କୁକୁର ଆଦି ପଶୁପକ୍ଷୀଙ୍କ ସ୍ଵାସ୍ଥ୍ୟ ଚିକିତ୍ସା କରିବାକୁ କେହି ଡାକ୍ତର ନାହାନ୍ତି। ଦୁଇଜଣ ଫାର୍ମାସିଷ୍ଟ ସହ ଏକ ପିଅନ ସାହାଯ୍ୟରେ ଚିକିତ୍ସାଳୟ ଚାଲିଛି।  ନଳକୂଅ ଥିଲେ ମଧ୍ୟ ଅଚଳ ହୋଇ ପଡିଛି। ପାଣିର ଅଭାବ ଯୋଗୁଁ କ୍ଵାଟର ରେ ଡାକ୍ତର ସମେତ ଫାର୍ମାସିଷ୍ଟ ରହୁନାହାନ୍ତି। ପ୍ରାୟ ୧୨ଟି ପଂଚାୟତର ପଶୁପକ୍ଷୀ ଉକ୍ତ ଡାକ୍ତରଖାନା ପ୍ରତି ନିର୍ଭର କରିଆସୁଥିଲେ ମଧ୍ୟ ଆବଶ୍ୟକ ୱାଷଧ ମିଳୁନାହିଁ। ସରକାର ଚିକିତ୍ସା ପାଇଁ ଟିକେଟ ପିଛା ୧୦ଟଙ୍କା ସର୍ତ୍ତାବଳି ରଖିଛନ୍ତି।
prayash
ବିଭିନ୍ନ ରୋଗ ପାଇଁ ସରକାର ମାଗଣା ୱାଷଧ ଯୋଗାଇ ଦେଉଥିବା ବେଳେ ପୋଷା କୁକୁର ମାନଙ୍କୁ ମିଲୁ ନାହିଁ। ପ୍ରାଚୀର ନଥିବାରୁ ଡାକ୍ତରଖାନା ପରିସର ଜବରଦଖଲ ହୋଇପଡ଼ିଲାଣି। ସାମ୍ନା ଗେଟ ନଥିବାରୁ ଆସାମାଜିକ ଯୁବକମାନେ ବିଳମ୍ବିତ ରାତ୍ରିରେ ବିଭିନ୍ନ ଖରାପ କାର୍ଯ୍ୟ ଡାକ୍ତରଖାନା ବାରଣ୍ଡା ରେ ହେଉଛି। ଭିଭିଓ ପୋଷ୍ଟ ଖାଲୀଠିବାବେଳେ ଏଲ ଆଇ ମାନେ କାର୍ଯ୍ୟ ଚଳାଉଛନ୍ତି. ସ୍ଥାନୀୟ ଲୋକମାନେ ଘରୋଇ କ୍ଵାକଙ୍କ ଦ୍ଵାରା ପଶୁ ସ୍ଵାସ୍ଥ୍ୟ ଚିକିତ୍ସା କରାଇବା ଦ୍ଵାରା ଖର୍ଚ୍ଚାନ୍ତ ହେଉଛନ୍ତି। ଏଥିନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିଶୁଳ୍କ ସେବାଶହ କ୍ଵାଟର, ଔଷଧ, ପାଣି, ପ୍ରାଚୀର, ଗେଟ ସମେତ ଡାକ୍ତର ନିଯୁକ୍ତ ଏବଂ ଜବର ଦଖଲ ଉଛେଦ କରିବାକୁ ସାଧରଣରେ ଦାବିହେଉଛି।

Comments are closed.