www.samajalive.in
Sunday, December 7, 2025
14.1 C
Bhubaneswar

ଭୋଟର ପରିଚୟପତ୍ରରେ ତୃଟି, ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି ବୃଦ୍ଧ ଦମ୍ପତି

କଲମପୁର: ଘର ନାହିଁ କି ଘର ନିର୍ମାଣ ପାଇଁ ଜମି ନାହିଁ। ବନ୍ଧ ହୁଡାର ମାଟି ଝାଟି ଘର ହିଁ ସାହା ଭରସା। ପରିବାର ଚଳଣି ପାଇଁ ନାଁ ଅଛି କିଛି ସମ୍ପତି ନାଁ ଅଛି ବୟସ। ଅନ୍ୟପଟେ ସେମାନଙ୍କ ନିଜର ସନ୍ତାନ ସନ୍ତତି ବୋଲି କେହି ନାହାନ୍ତି। ଯେଉଁଥିପାଇଁ ଅତ୍ୟନ୍ତ ଦୟନୀୟ ଭାବେ ପଡୋଶୀଙ୍କ ସହାୟତାରେ ଜୀବନ ଜିଉଁଛନ୍ତି କଲମପୁର ତଲପଡ଼ାର ବୃଦ୍ଧ ଦମ୍ପତି। ସେମାନଙ୍କ ସାହା କେବଳ ଖାଦ୍ୟ ସୁରକ୍ଷା ଯୋଜନାରୁ ପାଉଥିବା ଚାଉଳ ଗଣ୍ଡାକ।

ସୂଚନା ଅନୁସାରେ, କଲମପୁର ତଳପଡ଼ାର ବନ୍ଧପଡ଼ାରେ ବାସକରନ୍ତି ମଧୁସୂଦନ ନାଏକ ଏବଂ ପତ୍ନୀ ତନୟା। ଉଭୟ ଏବେ ବୟସର ଅପରାହ୍ନରେ। ସେମାନଙ୍କର କୌଣସି ସନ୍ତାନ ନାହାନ୍ତି। ବଳ ବୟସ ଥିବା ବେଳେ ପର ଘରେ ମୂଲ ଲାଗି ଯାହା ରୋଜଗାର କରୁଥିଲେ ସେଥିରେ ଉଭୟ ପତି-ପତ୍ନୀ ଚଳିଯାଉଥିଲେ। କିନ୍ତୁ ଏବେ ବୟସ ସରି ଆସିଲା ବେଳକୁ କେହି ନାହାନ୍ତି ସାହା ହେବା ପାଇଁ। ବଳ ମଧ୍ୟ ନାହିଁ କାମ କରି ରୋଜଗାର କରିବା ପାଇଁ। ଏଭଳି ସ୍ଥିତିରେ ସରକାରଙ୍କ ଖାଦ୍ୟ ସୁରକ୍ଷାରୁ ମିଳୁଥିବା ଚାଉଳ ଗଣ୍ଡାକ ସାହା ଭରସା। ଅନ୍ୟପଟେ ବୃଦ୍ଧ ମଧୁସୂଦନ ଏବେ ୭୦ ବର୍ଷ ହୋଇ ସାରିଥିବା ବେଳେ ପତ୍ନୀ ତନୟ ମଧ୍ୟ ୬୦ ପାର କରି ସାରିଲାଣି। କିନ୍ତୁ ପରିତାପର ବିଷୟ ଭୋଟର ପରିଚୟ ପତ୍ରରେ ଉଭୟଙ୍କ ବୟସ ୪୫ ରହିଥିବାରୁ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେଇ ପାରୁନାହାନ୍ତି। ଏହାସହ ସରକାରଙ୍କ ଆବାସ ଯୋଜନା ପାଇଁ ଥିବା ଏସ.ଇ.ସି.ସି ମାନଦଣ୍ଡ ତାଲିକାରେ ନାମ ତାଲିକାଭୁକ୍ତ ହୋଇନଥିବାରୁ ଏହି ଗରିବ ବୃଦ୍ଧ ଦମ୍ପତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିଛନ୍ତି। ଏନେଇ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ସହ ଯୋଗାଯୋଗ କରାଯିବା ପରେ ତୁରନ୍ତ ଏନେଇ ବ୍ୟବସ୍ଥା କରାଯିବ ଏବଂ ସାମାଜିକ ସୁରକ୍ଷା ଯୋଜନାରୁ ଭତ୍ତାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories