ବିବାଦ ଘେରରେ ହାତୀ ନଦୀ ଖଣ୍ଡିଡଙ୍ଗରୀଗୁଡା ବାଲିଘାଟ ନିଲାମ

କଲମପୁର: ହାତୀ ନଦୀ ଖଣ୍ଡିଡଙ୍ଗରୀଗୁଡା ବାଲି ସୌରାତ ନିଲାମ ହେଇ ସାରିଛି । ନିଲାମଧାରୀ ବାଲି ଉତୋଳନ ପାଇଁ ପ୍ରୟାସ କରୁଥିବା ବେଳେ ଗ୍ରାମବାସୀଙ୍କ ବିରୋଧର ଶିକାର ହେଇଛନ୍ତି । ଯେଉଁଥିପାଇଁ ବାଲିଘାଟକୁ ରାସ୍ତା ତିଆରି କରିବା ବେଳେ ଗ୍ରାମବାସୀ ବିରୋଧ କରିବା ଦ୍ୱାରା ଅଧାରେ ଅଟକି ରହିଛି ବାଲିଘାଟ ରାସ୍ତା ନିର୍ମାଣ । ଏନେଇ ନିଲାମଧାରୀ ଖଣ୍ଡିଡଙ୍ଗରୀଗୁଡା ଗ୍ରାମର ଭଗବାନ ବିହାରୀ ତୁରନ୍ତ ତହସିଲଦାର କରିଶ୍ମା ବେଶ୍ରାଙ୍କୁ ଜଣାଇଥିଲେ ।

prayash

ଅନ୍ୟପଟେ ବାଲି ଉତ୍ତୋଳନ ହେଲେ ଗ୍ରାମର ବିଦ୍ୟାଳୟ କୋଠା ସମେତ ଅଙ୍ଗନୱାଡି କେନ୍ଦ୍ର ର କୋଠା, ଡଙ୍ଗାଘାଟ ପଡାର ଜନ ବସତି ଏବଂ ନଦୀ କୂଳ ସୁରକ୍ଷା କରୁଥିବା କିଛି ଗଛ ନଷ୍ଟ ହେବା ନେଇ ଗ୍ରାମବାସୀ ଆଶଙ୍କା ବ୍ୟକ୍ତ କରି ତୁରନ୍ତ ଏହି ବାଲି ସୌରାତ ନିଲାମ ବାତିଲ କରିବା ପାଇଁ ଦାବି କରିଛନ୍ତି । କିନ୍ତୁ ବାଲି ସୌରାତ ଘୋଷଣା ହେବା ପୂର୍ବରୁ ଏହି ବାଲି ଘାଟରୁ ଅନବରତ ବାଲି ଚୋରାଚାଲାଣ ହେଉଥିଲା । ଯାହାର ପ୍ରମାଣ ତହସିଲ ନିକଟରେ ରହିଛି । ଏହାକୁ ଭିତ୍ତିକରି ସୌରାତ ଘୋଷଣା ହେଇଥିବା ତହସିଲଦାର କରିଶ୍ମା ବେଶ୍ରା ସୂଚନା ଦେଇଛନ୍ତି । ବାଲି ଚୋରା ଚାଲାଣ ଦ୍ୱାରା ରାଜସ୍ୱ କ୍ଷତି ହେଉଥିଲା ଯାହାକୁ ରୋକିବା ପାଇଁ ବାଲି ସୌରାତ ଘୋଷଣା ହେଇଛି । ଅନ୍ୟପଟେ ନିଲାମ ବାତିଲ କରିବା ଦାବି ନେଇ ଗ୍ରାମବାସୀ ଧର୍ମଗଡ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇଥିବା ବେଳେ ବାଲିଘାଟକୁ ରାସ୍ତା ତିଆରି ସମୟରେ ପ୍ରତିବନ୍ଧକ କରିଥିବା ଅଭିଯୋଗ କରି ନିଲାମଧାରୀ ଭଗବାନ ବିହାରୀ ଗ୍ରାମର କିଛି ବ୍ୟକ୍ତି ବିଶେଷଙ୍କ ନାମରେ ଜୟପାଟଣା ଥାନାରେ ଏତଲା ଦେଇଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି ଅସନ୍ତୋଷ କାରଣରୁ ବୁଧବାର ଶତାଧିକ ଗ୍ରାମବାସୀ ବଡକୁଟୃ ପୁଲିସ ଫାଣ୍ଡି ସମେତ ଜୟପାଟଣା ଥାନାର ଦ୍ୱାରସ୍ଥ ହେଇଥିଲେ । ଉଭୟ ଗ୍ରାମବାସୀ ଓ ପୁଲିସ  ଉପସ୍ଥିତିରେ ଲିଜଧାରୀ ବାଲି ଘାଟ ନିଲାମ ନେଇ ସମସ୍ତ କାଗଜାତ ଦେଖାଇଥିଲେ । କିନ୍ତୁ ଗ୍ରାମବାସୀ ବାଲି ସୌରାତ ଘୋଷଣା ପୂର୍ବରୁ ଗ୍ରାମସଭାର ଅନୁମୋଦନ ଆବଶ୍ୟକ ବୋଲି ନିଜ ଜିଦରେ ଅଟଳ ରହିଛନ୍ତି ।

 

kalyan agarbati

Comments are closed.