www.samajalive.in
Monday, December 15, 2025
24.1 C
Bhubaneswar

ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାଟ ମାମଲା : କଳାହାଣ୍ଡିରୁ ଜଣେ ଗିରଫ

ଭବାନୀପାଟଣା: ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ୍ କଳାହାଣ୍ଡିରୁ ଜଣେ ଶିକ୍ଷକଙ୍କୁ ଇଠାଇନେଇଛି। ସେ ସଦର ବ୍ଲକ୍ ଭେଜିପଦର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଖମାରୀ ବୋଲି ଜଣାପଡିଛି। ଗତ ରାତିରେ ତାଙ୍କୁ କ୍ରାଇମବ୍ରାଞ୍ଚ୍ ଗିରଫ କରି ଆଜି ସକାଳେ ଭୁବନେଶ୍ୱର ନେଇଛି। ଗତ ୧୯ ତାରିଖ ରାତିରେ କଳାହାଣ୍ଡିରେ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ରେ ତାଙ୍କ ହାତଲେଖା ଥିବା ପ୍ରମାଣ କ୍ରାଇମ୍ ବ୍ରାଞ୍ଚ ହାତରେ ଲାଗିଛି। ତାଙ୍କ ପୂର୍ବ କାର୍ଯ୍ୟକଳାପ ସଂକ୍ରାନ୍ତରେ ମଧ୍ୟ ତଦନ୍ତ ହେବ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ନର୍ଲା ବ୍ଲକ୍ ଗିଗନା ଗାଁ ବାସିନ୍ଦା ଶ୍ରୀ ଖମାରୀ ସଂପ୍ରତି ଜିଲା ମହକୁମା ର ନକଟିଗୁଡ଼ା ଅଞ୍ଚଳରେ ପରିବାର ସହିତ ରହୁଛନ୍ତି। ଗତ ୨୦ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷାର ହାତଲେଖା ପ୍ରଶ୍ନପତ୍ର ୧୯ ତାରିଖ ରାତି ପ୍ରାୟ ୧୧ଟା ୨୦  ମିନିଟ ରେ ଜିଲା ସାରା ଛାଇ ଯାଇଥିଲା। ସେହି ରାତିରେ ଏହାର ସତ୍ୟତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଇଥିବା ବେଳେ ବିଳମ୍ୱିତ ରାତିରେ ଓଟିଇଟି ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଥିଲେ।  କ୍ରାଇମବ୍ରାଞ୍ଚ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ପରେ କଳାହାଣ୍ଡିର କେତେକ ଶିକ୍ଷକଙ୍କ ଭୂମିକା କୁ ନେଇ ଚର୍ଚ୍ଚା ଚାଲିଥିଲା। ସେହି ଘଟଣାରେ ଆଜି ଜଣେ ଗିରଫ ହେବା ପରେ ଚର୍ଚ୍ଚା ଆହୁରି ଜୋର ଧରିଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories