bjd gruha runa

ଆଶ୍ବସ୍ତି ଆଣିଲା କାଳବୈଶାଖୀ, ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହର

ଝଡ଼ ବର୍ଷା ନେଇ ୭ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

BJD Bijuli 480×75 Mob

ଭୁବନେଶ୍ବର: ବଦଳିଲା ପାଗ। ଖରା ତାତି ଓ ଅହସ୍ୟ ଗରମରୁ ଆଶ୍ୱସ୍ତି ଆଣିଦେଲା କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପବନ ବହିବା ସାଙ୍ଗକୁ ସାମାନ୍ୟର ପ୍ରବଳ ବର୍ଷା ହୋଇଛି। ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ବର୍ଷା ତାତିରୁ ଆଶ୍ବସ୍ତି ଆଣିଦେଇଛି। ଆଜି ରାଜ୍ୟର ସବୁ ସହରର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ଉପକୂଳ ସହ ପଶ୍ଚିମ ଓଡ଼ିଶାରେ ଦିନ ତାପମାତ୍ରା ହ୍ରାସ ପାଇଛି।  ବଲାଙ୍ଗୀର ଏବଂ ଟିଟିଲାଗଡ଼ରେ ସର୍ବାଧିକ ଦିନତାପମାତ୍ରରେ ୧୦ଡିଗ୍ରୀ ଯାଏଁ ହ୍ରାସ ଘଟିଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୮ ରୁ ୯ ଡ଼ିଗ୍ରୀ ଯାଏଁ ତାପମାତ୍ରା ତଳକୁ ଖସିଛି, ରାଜଧାନୀ ଭୁବନେଶ୍ୱରରେ ୭.୩° ସେଲସିୟସ ଏବଂ କଟକ ରେ ୪.୨° ସେଲସିୟସ ତଳକୁ ତାତି ଖସିଛି। ମାଲକାନଗିରିରେ ସର୍ବାଧିକ ୩୯.୩ ଡିଗ୍ରୀ ରେକର୍ଡ। କେନ୍ଦ୍ରାପଡ଼ା ୩୮.୬, ସୁନ୍ଦରଗଡ଼ ୩୮.୨, ସମ୍ବଲପୁର ୩୭.୫, କଟକ ୩୩ ଓ ଭୁବନେଶ୍ବର ୩୨.୫ ଡିଗ୍ରୀ ରେକର୍ଡ କରାଯାଇଛି।

ଆସନ୍ତାକାଲି ଝଡ଼ ବର୍ଷା ନେଇ ୭ ଜିଲା ଯଥା ଅନୁଗୋଳ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୫ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆସନ୍ତା ୯ ତାରିଖରେ ମଧ୍ୟ କାଳବୈଶାଖୀ ପ୍ରଭାବ ଜାରି ରହିବ। ୧୦ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି ବୋଲସ ସୂଚନା ଦିଆଯାଇଛି।

Comments are closed.