କାଜଲଙ୍କ ଦୁଃଖ
ଦକ୍ଷିଣ ସିନେଜଗତର ସୁନ୍ଦରୀ ଅଭିନେତ୍ରୀ ଭାବେ ନିଜ ଆସ୍ଥାନକୁ ଭଲଭାବେ ସଜାଡ଼ି ରଖିଛନ୍ତି କାଜଲ୍ ଅଗ୍ରୱାଲ୍। ନିକଟରେ ଏକ ସାକ୍ଷାତକାରରେ ସେ ନିଜ ମନର କ୍ଷୋଭକୁ ପ୍ରକାଶ କରିଛନ୍ତି। ତାମିଲ, ତେଲୁଗୁ ଭାଷାରେ ସଂଖ୍ୟାଧିକ ହିଟ୍ ଚଳଚ୍ଚିତ୍ରରେ କାମ କରିଥିବା କାଜଲ୍ କିନ୍ତୁ ବଲିଉଡ ଦୌଡ଼ରେ ସାମିଲ ହୋଇପାରୁନାହାନ୍ତି। ଭଲଭଲ ବ୍ୟାନରର ଚଳଚ୍ଚିତ୍ରରେ ଅଭିନୟ କରିବା ସତ୍ତ୍ବେ ତାଙ୍କୁ ସଫଳତା ମିଳୁନାହିଁ। ସିଂହମ୍ରେ ଅଜୟ ଦେବଗନ୍ଙ୍କ ସହ ସେ ଅଭିନୟ କରିଥିଲେ। ନିର୍ଦେଶକ ରୋହିତ ସେଟ୍ଟି ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଦ୍ବିତୀୟ ଭାଗରେ ମଧ୍ୟ ତାଙ୍କୁ ସୁଯୋଗ ଦେବେ। ହେଲେ ସିଂହମ୍ ରିଟର୍ଣ୍ଣସ୍ରେ କରୀନା କପୁରଙ୍କୁ ସୁଯୋଗ ମିଳିଥିଲା। କାଜଲ ବଲିଉଡ ନିର୍ଦେଶକଙ୍କ ଏଭଳି ଆଚରଣରେ ଖୁବ୍ ଦୁଃଖ ପ୍ରକାଶ କରିଛନ୍ତି। ଏପରିକି କରନ୍ ଜୋହର୍ ମଧ୍ୟ ତାଙ୍କ ସହ କାମ କରିବାକୁ ପ୍ରସ୍ତୁତ ଥିଲେ। ହେଲେ ଯଥା ସମୟରେ ସମସ୍ତେ ପଛଘୁଞ୍ଚା ଦେଉଛନ୍ତି। କାଜଲ କହିଛନ୍ତି ତାଙ୍କ ପରି ତମନ୍ନା ଅଗ୍ରୱାଲଙ୍କୁ ମଧ୍ୟ ବଲିଉଡରେ ସୁଯୋଗ ମିଳୁନାହିଁ। ଦକ୍ଷିଣ ଜଗତର ନାୟିକାମାନଙ୍କ ବଲିଉଡରେ ଏଭଳି ସ୍ଥିତି ଦେଖି ବାହୁବଳୀ ଫେମ୍ ଅନୁଷ୍କା ସେଟ୍ଟି ମଧ୍ୟ ପ୍ରମାଦ ଗଣି ନିଜ ରାଇଜରେ ସୁରକ୍ଷିତ ରହିବାକୁ ଉଚିତ୍ ମଣିଥିଲେ।