ହରିହର ସାହାଣୀ ମେଧାବୃତ୍ତି ସମ୍ମାନ ସମାରୋହ

କବିଚନ୍ଦ୍ର ଭୁବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଉତ୍ସବ

ଗୁରୁଡିଝାଟିଆ :  ଗୁରୁଡିଝାଟିଆ ସ୍ଥିତ କବିଚନ୍ଦ୍ର ଭୁବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ ଓ ଶିକ୍ଷାବିତ୍ ହରିହର ସାହାଣୀ ମେଧାବୃତ୍ତି ସମ୍ମାନ ସମାରୋହ ଶନିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଶିକ୍ଷାବିତ୍ ବିମ୍ବାଧର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଶିକ୍ଷକନେତା ରାଜକିଶୋର ଖଟୁଆ ମୁଖ୍ୟବକ୍ତା ଭାବରେ ଯୋଗଦେଇ କବିଚନ୍ଦ୍ର ଭୁବନେଶ୍ୱର ଆନ୍ତଜାର୍ତୀୟ କ୍ଷେତ୍ରରେ ସଂସ୍କୃତ ବିଦ୍ୱାନ ଭାବରେ ପରିଚିତ ଥିବା ବେଳେ ତାଙ୍କର କୀର୍ତ୍ତି ଓ କୃତି ରୁକ୍ମଣୀ ପରିଣୟ ଓ ଲକ୍ଷ୍ମଣା ପରିଣୟ ସଂସ୍କୃତ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି । ବିଦ୍ୟାର୍ଥୀମାନେ କବିଚନ୍ଦ୍ର ଭୂବନେଶ୍ୱରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଲେ ଭଲ ଓ ବଡମଣିଷ ହୋଇପାରିବେ। ଏଥିସହିତ ଶିକ୍ଷାବିତ୍ ହରିହର ସାହାଣୀଙ୍କ ଶିକ୍ଷାପ୍ରତି ଅନୁରାଗ ଓ ଶିକ୍ଷାନୁଷ୍ଠାନର ବିକାଶ ସଂପର୍କରେ ଶ୍ରୀ ଖଟୁଆ ଅବଗତ କରାଇଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ନାମକୁ ଗୌରବଜ୍ୱଳ କରିବା ପାଇଁ ବିଦ୍ୟାର୍ଥୀଙ୍କୁ ପରାମର୍ଶ ଦେଇଥିଲେ। ଗୁରୁଡିଝାଟିଆ ଥାନା ଅଧିକାରୀ ସୁମନ୍ତ କିସାନ, ସର୍ବଭାରତୀୟ ଶିକ୍ଷକ ନେତା ପ୍ରତାପ କିଶୋର ମହାପାତ୍ର, ଶିକ୍ଷାବିତ୍ ରମ୍ଭାବତୀ ସାହୁ, ପ୍ରଦୀପ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ବିନୋଦ ଚନ୍ଦ୍ର ଦାସ ଓ ଶ୍ୱେତକାନ୍ତ ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଗତ ମେଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତୀନ୍ନ ହୋଇଥିବା ସୂର୍ଯ୍ୟକାନ୍ତ ବେଉରାଙ୍କୁ ସମାଜସେବୀ ରଞ୍ଜନ ଆଚାର୍ଯ୍ୟଙ୍କ ପ୍ରଦତ୍ତ ରନିଂ ସିଲ ଓ ହରିହର ସାହାଣୀ ମେଧା ବୃତ୍ତି ସମ୍ମାନ ମଞ୍ଚାସୀନ ଅତିଥି ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ସୁବାସ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ଲିପିକା ମହାନ୍ତି, ମମତା ମହାନ୍ତି, ଜାନକୀ ମହାପାତ୍ର, ସୁଜାତା ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.