www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରଧାନ ବିଚାରପତିଙ୍କୁ ଅବସରପ୍ରାପ୍ତ ବିଚାରପତିଙ୍କ ପରାମର୍ଶ : ‘ସୁପ୍ରିମକୋର୍ଟର ବିଶ୍ବସନୀୟତା ପାଇଁ ଦୃଢ ପଦକ୍ଷେପ ଜରୁରୀ’

ନୂଆଦିଲ୍ଲୀ : ଯଥାଶୀଘ୍ର ସୁପ୍ରିମକୋର୍ଟର ବିଶ୍ବସନୀୟତା ଓ ମର୍ଯ୍ୟାଦା ଫେରାଇ ଆଣିବାର ଆବଶ୍ୟକତା ରହିଛି। ଏ ଦିଗରେ ନବନିଯୁକ୍ତ ପ୍ରଧାନ ବିଚାରପତି (ସିଜେଆଇ) ଏସ. ଏ. ବୋବଡେ ଦୃଢ ପଦକ୍ଷେପ ଗ୍ରହଣ କରିବା ଜରୁରୀ। ବିଶେଷକରି ବିଚାର ବିଭାଗୀୟ ସମସ୍ୟାଗୁଡିକୁ ଜରୁରୀ ଭିତ୍ତିରେ ସମସ୍ତଙ୍କ ସହଯୋଗରେ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଦରକାର। ଅନ୍ୟଥା ବିଚାର ବିଭାଗୀୟ ସ୍ବାଧୀନତାର ଅନ୍ତ ଘଟିବ ବୋଲି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ମଦନ ବି. ଲୋକରୁ ମଙ୍ଗଳବାର ପ୍ରମୁଖ ଇଂରାଜୀ ଖବରକାଗଜ ‘ହିନ୍ଦୁସ୍ତାନ ଟାଇମ୍ସ’ରେ ଲେଖିଥିବା ଏକ ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ବିଚାରପତିମାନେ ଅଧିକ ଦୃଢତା ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି ବୋଲି ନିକଟରେ କେତେକ ମାମଲା​‌େ​‌ର ସୁପ୍ରିମକୋର୍ଟ ଦେଇଥିବା ରାୟ ଓ ଏହାର ପ୍ରଶାସନିକ ନିଷ୍ପତ୍ତିରୁ ଜଣାପଡୁଛି। ବିଶେଷକରି ବ୍ୟକ୍ତିଗତ ସ୍ବାଧୀନତା ଭଳି ପ୍ରସଙ୍ଗରେ ବିଚାରପତିମାନେ ଏଭଳି ଦୃଢତା ଦେଖାଇବା ଜରୁରୀ। କୌଣସି ନିର୍ଦିଷ୍ଟ ମାମଲା ଉଲ୍ଲେଖ ନ କରି ସେ ଲେଖିଛନ୍ତି ଯେ ଉପଯୁକ୍ତ ଉପଚାର ପ୍ରଦାନ ନ କରି କାହାରିକୁ ଜେଲରେ ବନ୍ଦୀ କରି ରଖାଯାଇପାରିବ ନାହିଁ। ବିଶେଷକରି ବିଚାରପତିମାନଙ୍କୁ ପ୍ରଦାନ କରାଯାଇଥିବା ଜଉମୁଦ ରିପୋର୍ଟ ଭିତ୍ତିରେ କିମ୍ବା ଉପଯୁକ୍ତ ସମୟ ନ ଥିବାରୁ ଅଥବା ତ୍ରୁଟିପୂର୍ଣ୍ଣ ତଥ୍ୟ ଯୋଗୁଁ ବା କୌଣସି ଅଭିଯୁକ୍ତକୁ ଜେଲରେ ରଖାଯାଇପାରିବ ନାହିଁ। ସେହିଭଳି ବିଚାରପତିମାନଙ୍କ ନିଷ୍ପତ୍ତି ଭୁଲ ହୋଇଥିଲେ ମଧ୍ୟ ନିଷ୍ଠାପର ନିଷ୍ପତ୍ତି ପାଇଁ ଦଣ୍ଡିତ ହେବାକୁ ପଡିବ ନାହିଁ ବୋଲି ସବୁ ସ୍ତରର ବିଚାରପତିମାନଙ୍କୁ ବିଶ୍ବାସ ପ୍ରଦାନ କରାଯିବା ଦରକାର। ଉପଯୁକ୍ତ ସୁରକ୍ଷା ପ୍ରଦାନ କରାଯିବ ବୋଲି ବିଚାରପତିମାନଙ୍କ ଭିତରେ ପ୍ରଧାନ ବିଚାରପତି ବୋବଡେ ନିଶ୍ଚିତ ଭାବେ ଆତ୍ମବିଶ୍ବାସ ସୃଷ୍ଟି କରିବା ଆବଶ୍ୟକ। ଏଥିସହ ଆଇନ ଓ ସାମ୍ବିଧାନିକ ବ୍ୟବସ୍ଥା ଭିତରେ ବ୍ୟକ୍ତିଗତ ସ୍ବାଧୀନତାର ସୁରକ୍ଷା କରାଯିବ ବୋଲି ସାଧାରଣ ଲୋକଙ୍କ ଭିତରେ ମଧ୍ୟ ବିଶ୍ବାସ ପୁନଃସ୍ଥାପିତ କରିବା ଦରକାର। ଜରୁରୀଭିତ୍ତିରେ ଏସବୁ କରା ନ ଗଲେ ତାହା ବିଚାର ବିଭାଗୀୟ ସ୍ବାଧୀନତାର ଅନ୍ତକୁ ଡାକିଆଣିବ।
ପ୍ରଧାନ ବିଚାରପତି ବୋବଡେଙ୍କ ହାତରେ ଏଥିନେଇ ପର୍ଯ୍ୟାପ୍ତ ସମୟ ରହିଛି। ଏଣୁ ଜଷ୍ଟିସ ବୋବଡେ ଏପରି ପରାମର୍ଶକୁ ଉପେକ୍ଷା କରିବା ଉଚିତ ନୁହେଁ। କାରଣ ଏଥିନେଇ ଦ୍ବିତୀୟ ସୁଯୋଗ ମିଳିବ ନାହିଁ ବୋଲି ଲୋକୁର ଦର୍ଶାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories