ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ପକ୍ଷରୁ ବିଗେଷ୍ଟ ଇଣ୍ଡିଆନ୍ ଫେଷ୍ଟିଭାଲ୍ ‘ବେଷ୍ଟିଭାଲ୍ ସେଲ୍‌’ ସହିତ ପାଳନ କରିବା ଘୋଷଣା

– ‘ବେଷ୍ଟିଭାଲ୍ ସେଲ୍‌’ ହେଉଛି କ୍ରେତାମାନଙ୍କ ପାଇଁ ଏକ ବାସ୍ତବିକ ଓମନିଚାନେଲ୍ ଅନୁଭୂତି ଯେଉଁଠାରେ ସେମାନେ ନିଜର ସୁବିଧା ଅନୁସାରେ ଜିଓମାର୍ଟ ଅନଲାଇନ୍ ଏବଂ/ କିମ୍ବା ୩୦୦୦ରୁ ଅଧିକ ସ୍ମାର୍ଟ ଷ୍ଟୋର ମାଧ୍ୟମରେ କିଣାକିଣି କରିପାରିବେ ଯେଉଁଥିରେ ରହିଛି ସ୍ମାର୍ଟ ବଜାର, ସ୍ମାର୍ଟ ସୁପରଷ୍ଟୋର ଓ ସ୍ମାର୍ଟ ପଏଂଟ ଯାହାକି ତାଙ୍କର ଘର ନିକଟରେ ରହିଛି ।

– ରିଲାଏନ୍‌ସ ରିଟେଲର ଦୃଢ଼ ପାର୍ଟନର ନେଟୱର୍କ ସହିତ ଓ ଗ୍ରହଣ କରିବା କ୍ଷମତା ସହିତ ଏହା ୨୦ କୋଟି ରୁ ଅଧିକ ପଞ୍ଜୀକୃତ ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି । ଏହି ବେଷ୍ଟିଭାଲରେ ସର୍ବୋତ୍କୃଷ୍ଟ ଏକ୍ସକ୍ଲୁସିଭ୍ ଅଫର, ଡିଲ୍ ଓ ବ୍ୟାଙ୍କ ଟାଏ-ଅପ୍ ନେଇ ଆସିଛି ଓ ଏହା ୧୪ ରୁ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ । ଏଥିରେ ଦୀପାବଳି ପାଇଁ ଆବଶ୍ୟକୀୟ ସାମଗ୍ରୀ, ସାଧାରଣ ମର୍ଚ୍ଚାଣ୍ଡାଇଜ୍‌, ଆପରେଲ୍‌, ବ୍ୟୁଟି ଉତ୍ପାଦ ଓ ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀ ଆଦି ମଧ୍ୟ ମିଳିପାରିବ ।

– ଜିଓମାର୍ଟ ବିଭିନ୍ନ ବର୍ଗରେ ଏହାର ସଂପ୍ରସାରଣ କାର୍ଯ୍ୟ ଜାରି ରଖିଛି ଯେଉଁଥିରେ ରହିଛି କଞ୍ଜୁମର ଇଲେକ୍‌ଟ୍ରୋନିକ୍‌ସ, ହୋମ୍ ଓ କିଚେନ୍‌, ଫେସନ ଓ ଲାଇଫଷ୍ଟାଇଲ୍‌, ବ୍ୟୁଟି ଓ ଏଫଏମସିଜି ଉତ୍ପାଦ ଇତ୍ୟାଦି ।

ମୁମ୍ବାଇ: ରିଲାଏନ୍‌ସ ରିଟେଲ୍ ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ‘ବେଷ୍ଟିଭାଲ୍ ସେଲ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି । ଏହା ଭାରତର ସର୍ବବୃହତ୍ ଓମନିଚାନେଲ୍ ଦୀପାବଳି ପର୍ବ ଯାହାକି ୧୪ ରୁ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ । ଏଥିରେ ଇ-ମାର୍କେଟ୍‌ପ୍ଳେସର ଦ୍ରୁତ ସଂପ୍ରସାରଣ ହେଉଛି ଯେଉଁଥିରେ ଅନେକ ଗୁଡ଼ିଏ ନୂଆ ବର୍ଗ ଗୁଡ଼ିକୁ ସାମିଲ୍ କରାଯାଇଛି । ଏଗୁଡ଼ିକ ହେଉଛି ଫେସନ ଓ ଲାଇଫଷ୍ଟାଇଲ୍‌, କଞ୍ଜୁମର ଇଲେକ୍‌ଟ୍ରୋନିକ୍‌ସ, ହୋମ୍ ଓ କିଚେନ୍ । ଏହି ସେଲ୍ ଜିଓମାର୍ଟରେ, ଇ-ମାର୍କେଟ୍‌ପ୍ଲେସ ପ୍ଲାଟଫର୍ମରେ ତଥା ୩୦୦୦ରୁ ଅଧିକ ସ୍ମାର୍ଟ ଷ୍ଟୋରରେ ଉପଲବ୍ଧ ହେବ ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ସାରା ଦେଶର ସ୍ମାର୍ଟ ବଜାର, ସ୍ମାର୍ଟ ସୁପର ଷ୍ଟୋର ଓ ସ୍ମାର୍ଟ ପଏଂଟ ।

ଗତ ୨ ବର୍ଷ ଧରି, ସ୍ମାର୍ଟ ଷ୍ଟୋର ଭାଲ୍ୟୁ ସପିଂ, ଡେଷ୍ଟିନେସନ ସପିଂ ଓ ସୁବିଧାଜନକ ସପିଂ ଫର୍ମାଟକୁ ସଂପ୍ରସାରିତ କରିଛି । ଫିଜିକାଲ୍ ଷ୍ଟୋରର ବ୍ୟାପକ ନେଟୱର୍କ ସହିତ ଦୃଢ଼ ପାର୍ଟନର ନେଟୱର୍କ, ଗ୍ରହଣ କରିବା କ୍ଷମତା ଓ ଡିପ୍ ଇନ୍‌ସାଇଟ୍ ଆଦି ସୁବିଧା ସହିତ ରିଲାଏନ୍‌ସ ରିଟେଲର ୨୦ କୋଟି ରୁ ଅଧିକ ପଞ୍ଜୀକୃତ ଗ୍ରାହକଙ୍କୁ ଏହାର ସେବା ପ୍ରଦାନ କରୁଛି । ଚଳିତ ବେଷ୍ଟିଭାଲ୍ ସେଲରେ ନେଇ ଆସିଛି ଏକ୍ସକ୍ଲୁସିଭ୍ ଅଫର ଓ ଡିଲ୍‌, ବ୍ୟାଙ୍କ ଟାଏଅପ୍‌ସ ଓ ଦିପାବଳୀ ସାମଗ୍ରୀ ଓ ଜେନେରାଲ୍ ମର୍ଚ୍ଚାଣ୍ଡାଇଜ୍ ଉପରେ ସ୍ୱତନ୍ତ୍ର ରିହାତି ସୁବିଧା । ଏହା ସହିତ ଆପାରେଲ୍‌, ବ୍ୟୁଟି ଉତ୍ପାଦ, ଇଲେକ୍‌ଟ୍ରୋନିକ୍ ସାମଗ୍ରୀ ଗୁଡ଼ିକ ମଧ୍ୟ ଜିଓମାର୍ଟରେ ଏକ୍ସକ୍ଲୁସିଭ୍ ଭାବରେ ଉପଲବ୍ଧ ଓ ଏହା ଆପଣଙ୍କର ନିକଟତମ ସ୍ମାର୍ଟ ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିଛି । ଏହା ସହାୟତାରେ ଗ୍ରାହକମାନେ ସର୍ବୋତ୍କୃଷ୍ଟ କ୍ରୟ ଅନୁଭୂତି ପାଇ ପାରୁଛନ୍ତି ଓ ନିଜ ମନ ମୁତାବକ କ୍ରୟ ପ୍ରଣାଳୀକୁ ମଧ୍ୟ ବାଛି ପାରୁଛନ୍ତି – ଏହା ଅନଲାଇନ୍ ହେଉଛ ବା ନେବରହୁଡ ଷ୍ଟୋର ହେଉ ଯାହାକି ଏକ ବାସ୍ତବିକ ଓମନିଚ୍ୟାନେଲ୍ ଅନୁଭବ ପ୍ରଦାନ କରୁଛି ।

ଦାମୋଦଲ୍ ମଲ୍‌, ସିଇଓ, ଗ୍ରୁପ୍ ରିଲାଏନ୍‌ସ ରିଟେଲ୍‌, ଏହି ଅବସରରେ କହିଛନ୍ତି ଯେ, “୩୦୦୦ରୁ ଅଧିକ ସ୍ମାର୍ଟ ଷ୍ଟୋରର ଶକ୍ତିଶାଳୀ ସମନ୍ୱୟ ଓ ଜିଓମାର୍ଟ ଭାରତୀୟ ଗ୍ରାହକମାନଙ୍କୁ ଅନେକ ସୁବିଧା ପ୍ରଦାନ କରୁଛି । ଷ୍ଟୋର ଓ ଜିଓମାର୍ଟର ଗ୍ରହଣ କରିବା କ୍ଷମତା ଚଳିତ ବେଷ୍ଟିଭାଲ୍ ସେଲରେ ଅତୁଳନୀୟ ମୂଲ୍ୟ ସୁବିଧା ପ୍ରଦାନ କରୁଛି । ଏହି ଦେଶବ୍ୟାପୀ ନେଟୱର୍କର ସମାହାର ଓ ଡିଜିଟାଲ୍ ସପିଂ ଗ୍ରାହକମାନଙ୍କୁ ଅନେକ ଅଫର ପ୍ରଦାନ କରୁଛି ଓ ଏହା ରିଟେଲ୍ କ୍ଷେତ୍ରରେ ସ୍ୱତନ୍ତ୍ର ଅଟେ । ମୁଁ ନିଶ୍ଚିତ ଯେ, ଗ୍ରାହକମାନେ ସେମାନଙ୍କର ଗ୍ରୋସେରି ସାମଗ୍ରୀକୁ ଉଭୟ ଇନ-ଷ୍ଟୋର ଓ ଆପ୍ ମାଧ୍ୟମରେ ଚଳିତ ଋତୁରେ କିଣାକିଣି କରିପାରିବେ ।

କ୍ରେତାମାନେ ବିଭିନ୍ନ ବର୍ଗରେ ୮୦% ପର୍ଯ୍ୟନ୍ତ ରିହାତି ପାଇ ପାରିବେ ଓ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଦିୱାଲି ସ୍ପେଶିଆଲ୍ ଡିଲରୁ ବାଛି ପାରିବେ । ଏଥିରେ ରହିଛି ଦିୟା, କ୍ୟାଣ୍ଡେଲ୍‌, ଉପହାର, ମିଠା, ସ୍ନାକ୍‌ସ ଓ ରଙ୍ଗୋଲି ଯାହାକି ଗ୍ରାହକମାନଙ୍କର ସମସ୍ତ ପାର୍ବଣ ଆବଶ୍ୟକତାକୁ ପୂରଣ କରିବ । ଏହା ସହିତ ସେମାନେ ଭାରତୀୟ ମିଠାଇ ଓ ଡ୍ରାଏ ଫ୍ରୁଟ୍ ଗିଫ୍‌ଟ ପ୍ୟାକରେ ୫୦% ପର୍ଯ୍ୟନ୍ତ ରିହାତି ସୁବିଧା ପାଇପାରିବେ ।

ସନ୍ଦୀପ ଭରଗଂଟି, ସିଇଓ, ଜିଓମାର୍ଟ କହିଛନ୍ତି ଯେ, “ଆମେ ଆମର କ୍ରସ-କାଟେଗୋରି ସଂପ୍ରସାରଣର ସଫଳତା ନେଇ ବହୁତ ଉତ୍ସାହୀ ଅଛୁ ଯାହାକୁ ସାରା ଦେଶରେ ଗ୍ରହଣ କରାଯାଇଛି । ଆମେ ଅଣ-ଗ୍ରୋସେରି ବର୍ଗରେ ଗତ ୧୫ ଦିନ ମଧ୍ୟରେ ବିକ୍ରିରେ ୩ ଗୁଣା ବୃଦ୍ଧି ପରିଲକ୍ଷିତ କରିଛୁ । ଏହି ସାମଗ୍ରୀକ କ୍ଷେତ୍ରରେ ଆମେ ଆଶା ଠାରୁ ଅଧିକ ସଫଳତା ହାସଲ କରିଛୁ ।”

ଜିଓମାର୍ଟ ବର୍ତମାନ ଏହାର ସମସ୍ତ ବର୍ଗରେ ୧୯,୦୦୦ ପିନକୋଡକୁ ଏହାର କାର୍ଯ୍ୟ ସଂପ୍ରସାରିତ କରିଛି ଓ ଗ୍ରାହକମାନେ ଭାରତର ସର୍ବବୃହତ୍ ଇ-ମାର୍କେଟ୍ ପ୍ଲେସରୁ କ୍ରୟ କରିବାର ସୁବିଧ ପାଇ ପାରୁଛନ୍ତି । ଏହି ଦ୍ରୁତ ସଂପ୍ରସାରଣ ମଧ୍ୟରେ ଜିଓମାର୍ଟ ଦେଶରେ ପ୍ରସ୍ତୁତ ସର୍ବବୃହତ୍ ଇ-ମାର୍କେଟପ୍ଲେସର ଲକ୍ଷ୍ୟକୁ ପୂରଣ କରିବା ଲକ୍ଷ୍ୟ ନେଇ ଅଗ୍ରସର ହେଉଛି ।

‘ବେଷ୍ଟିଭାଲ୍ ସେଲ’ ରେ ଭାରତର ବ୍ୟାପକ ଓ ବିଭିନ୍ନ ହ୍ୟାଣ୍ଡଲୁମ୍ ଓ କଳାକୃତି ଉଦ୍ୟୋଗର କଳାକାରମାନଙ୍କୁ ସାମିଲ୍ କରୁଛି । ଉଦାହରଣସ୍ୱରୂପ, ଗ୍ରାହକାମନେ ଗୁଜରାଟର ପୋଚାମପାଲି ସାଢ଼ୀ ଓ ବନ୍ଧନି ଆପାରେଲ୍ ପାଇବା ସହିତ ପଞ୍ଜାବୀ ଜୋତା, ଜୟପୁରି ବ୍ଲକ୍ ପ୍ରିଂଟ କୁଇଲ୍‌ଟସ ସହିତ ମୋରାଦାବାଦର ବ୍ରାସ ବାୱେଲ୍‌ସ ଓ ପୂଜା ଆକ୍‌ସେସୋରି ଓ ପରିବେଶୀ ଉପଯୋଗୀ ଛାନାପଟନା କାଠ ଖେଳନା ଓ ବ୍ଲୁ ପଟେରି ଆଦିକୁ ପାଇପାରିବେ ।

ଦିୱାଲି ସ୍ପେଶିଆଲ୍ ଅଫର :

ଏକ୍ସପ୍ଲୋସିଭ୍ ଇଲେକ୍‌ଟ୍ରୋନିକ୍ ଡିଲ୍‌ସ : ଟିଭି, ସ୍ମାର୍ଟଫୋନ୍‌, ମୋବାଇଲ୍‌, କମ୍ପ୍ୟୁଟର ଆକ୍‌ସେସୋରିଜ୍‌, ରେଫ୍ରିଜରେଟର, ଗୃହ ଉପକରଣ ଓ ଆହୁରି ଅନେକରେ ୮୦% ପର୍ଯ୍ୟନ୍ତ ରିହାତି! ଆକ୍ସିସ ବ୍ୟାଙ୍କ କ୍ରେଡିଟ୍ କାର୍ଡ଼ ଓ କୋଟକ୍ ମହିନ୍ଦ୍ରା ବ୍ୟାଙ୍କ ଡେବିଟ୍ ଓ କ୍ରେଡିଟ୍ କାର୍ଡ଼ରେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଇଲେକ୍‌ଟ୍ରୋନିକ୍‌ସରେ ୧୦%ର କ୍ୟାସବ୍ୟାକ୍ ସୁବିଧା ଲାଭ କରନ୍ତୁ ।

ଫାୟାରକ୍ରାକର ଫେସନ ଅଫର : ପୁରୁଷ, ମହିଳା ଓ କିଡ୍‌ସ, ଫୁଟ୍‌ଉୟର ଓ ଆକ୍‌ସେସୋରିଜ୍ ଗୁଡ଼ିକୁ ଖୁବ୍ କମ ମୂଲ୍ୟରେ ଲାଭ କରନ୍ତୁ ।

ଧମାକେଦାର ଡିଲ୍‌ସ : ଡିନର ସେଟ୍‌ରେ ୫୦% ପର୍ଯ୍ୟନ୍ତ ରିହାତି, ଡ୍ରାଏ ଫ୍ରୁଟ୍ ଗିଫ୍‌ଟ ପ୍ୟାକର ମୂଲ୍ୟ ଟ.୨୯୯ ରୁ ଆରମ୍ଭ ଓ ଏହା ସହିତ ମିଠା, ସ୍ନାକ୍‌ସ ଓ ଚକୋଲେଟ୍‌ସରେ ୫୦% ପର୍ଯ୍ୟନ୍ତ ରିହାତି ଲାଭ କରନ୍ତୁ ।

ବ୍ୟାଙ୍କ ଅଫର (କେବଳ ଜିଓମାର୍ଟରେ) : ଗ୍ରାହକମାନେ ୧୦% ଇନଷ୍ଟାଂଟ ଡିସକାଉଂଟ ସୁବିଧାକୁ ଏସବିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ଼ ଉପରେ ସମସ୍ତ ବର୍ଗରେ ୨୪ ଅକ୍ଟୋବର ପର୍ଯ୍ୟନ୍ତ ପାଇପାରିବେ ।

ସ୍ପେଶିଆଲ୍ ସ୍ମାର୍ଟ ଷ୍ଟୋର ଅଫର : ସମସ୍ତ ପ୍ରମୁଖ ବର୍ଗ ମାନଙ୍କରେ ୮୦% ପର୍ଯ୍ୟନ୍ତ ରିହାତି ପାଆନ୍ତୁ । ଏଥିରେ ରହିଛି ବିଭିନ୍ନ ପ୍ରକାର ଉତ୍ପାଦ ଯଥା ଭାରତୀୟ ମିଠା, ଡ୍ରାଏ ଫ୍ରୁଟ୍‌ସ ଗିଫ୍‌ଟ ପ୍ୟାକ୍ ଓ ଡିଓରେ ୫୦% ପର୍ଯ୍ୟନ୍ତ ରିହାତି, ସାବୁନରେ ୩୩% ପର୍ଯ୍ୟନ୍ତ ରିହାତି, କମ୍ବୋ ୫ କେଜି ବାସୁମତୀ ଚାଉଳ, ଚିନି ଓ ୫ ଲି ତେଲ ମାତ୍ର ଟ.୧୨୯୯ ରେ, ଟିଭି ଉପରେ ୬୦% ପର୍ଯ୍ୟନ୍ତ ରିହାତି, ଅଡିଓ ଆକ୍‌ସେସୋରି ଯଥା ସ୍ମାର୍ଟୱାଚ, ସ୍ପିକର ଇତ୍ୟାଦି ଉପରେ ୭୦% ପର୍ଯ୍ୟନ୍ତ ରିହାତି, ଆପାରେଲ୍ ଓ ଫୁଟଉୟର ଓ ଆହୁରି ଅନେକ ଉପରେ ୮୦% ପର୍ଯ୍ୟନ୍ତ ରିହାତି ସୁବିଧା ଓ ଆହୁରି ଅନେକ ଅଫର ।

Comments are closed.