୮୦ ହଜାର ଲୋକଙ୍କୁ ଚାକିରି ଦେବ ‘ଜିଓ’

0

ନୂଆଦିଲ୍ଲୀ: ମୁକେଶ ଆମ୍ବାନୀଙ୍କର ମାଲିକାନାରେ ଥିବା  ରିଲାଏନ୍ସ ଜିଓ ୭୫,୦୦୦ରୁ ୮୦,୦୦୦ ଲୋକଙ୍କୁ ଚାକିରିର ସୁଯୋଗ ପ୍ରଦାନ କରିବା ବୋଲି ଏହାର ମାନବ ସମ୍ବଳ ବିଭାଗର ମୁଖ୍ୟ ପ୍ରବନ୍ଧକ ସଂଜୟ ଯୋଗ ସୂଚନା ଦେଇଛନ୍ତି ।  ଏହି କମ୍ପାନୀରେ ଏବେ ୧ ଲକ୍ଷ ୫୭ ହଜାରରୁ ଅଧିକ କର୍ମଚାରୀ କାମ  କରୁଛନ୍ତି ।

ଆର୍ଥିକ ବର୍ଷ ୨୦୧୯ ବେଳକୁ ଜିଓ ଆହୁରି  ୮୦ , ୦୦୦ ଲୋକଙ୍କୁ ଚାକିରି ଦେବ ବୋଲି ଜଣା ପଡିଛି । ଏଥିପାଇଁ ପ୍ରାୟ ୬ ହଜାର ମହାବିଦ୍ୟାଳୟ ସହ ଅନୁବନ୍ଧିତ ହୋଇ ଜିଓ ପକ୍ଷରୁ  ସ୍ୱତନ୍ତ୍ର ବୈଷୟିକ ଶିକ୍ଷା ପ୍ରଦାନ କରାଯାଉଛି ।  ୨୦୧୯ ମସିହା ବେଳକୁ ଏମାନେ ସ୍ୱତନ୍ତ୍ର  ଭାବେ ତାଲିମ ନେଇ ସାରିଥିବେ । ଏମାନଙ୍କୁ ରିଲାଏନ୍ସ ଜିଓରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ସଂଜୟ ଯୋଗ କହିଛନ୍ତି ।

ଦେଶରେ ଫୋର୍ ଜି ସେବା କ୍ଷେତ୍ରରେ ଜିଓ ଏକ ପରିବର୍ତ୍ତନ ଆଣିଥିଲା । ଏବେ ଏଫ୍‌ଟିଟିଏଚ୍‌ ଓ ସେଟ୍‌ ଟପ୍‌ ବକ୍ସ କ୍ଷେତ୍ରରେ କାମ କରୁଛି ।

Leave A Reply