www.samajalive.in
Sunday, December 14, 2025
17.1 C
Bhubaneswar

ସ୍ୱିଚ୍‌ ମୋବିଲିଟି ପକ୍ଷରୁ ଦୁଇ ନୂଆ ଇଲେକ୍ଟ୍ରିକ୍‌ ବସ୍‌ ଇଆଇଭି୧୨ ଓ ଇ୧ର ଶୁଭାରମ୍ଭ

ଭୁବନେଶ୍ୱର: ହିନ୍ଦୁଜା ଗ୍ରୁପ୍‌ର ଅଂଶ ଅଶୋକ ଲେଲ୍ୟାଣ୍ଡର ସହାୟକ ସଂସ୍ଥା ସ୍ୱିଚ୍‌ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ଦୁଇଟି ଲୋ ଫ୍ଲୋର୍‌ ଇଳେକ୍ଟ୍ରିକ୍‌ ବସ୍‌ ସ୍ୱିଚ୍‌ ଇଆଇଭି୧୨କୁୁ ଉନ୍ମୋଚନ କରାଯାଇଛି । ଏହା ହେଉଛି ଭାରତର ପ୍ରଥମ ଲୋ ଫ୍ଲୋର୍‌ ସିଟି ବସ୍‌ ଯେଉଁଥିରେ ଚେଚିସ୍‌ ମାଉଂଟେଡ୍‌ ବ୍ୟାଟେରି ରହିଛି ଯାହାକୁ ୪୦୦ରୁ ଅଧିକ କେଡବ୍ଲୁଏଚ୍‌ ପର୍ଯ୍ୟନ୍ତ ବ୍ୟାପକ କରାଯାଇପାରିବ ।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହାକୁ ଉନ୍ମୋଚନ କରିଥିବା ବେଳେ ହିନ୍ଦୁଜା ଗ୍ରୁପ୍‌ର ଅଧ୍ୟକ୍ଷ ଅଶୋକ ପି ହିନ୍ଦୁଜା ଓ ଶିଳ୍ପର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ୟୁରୋପ ବଜାର ଲାଗି ପ୍ରସ୍ତୁତ କରାଯାଇଥିବା ସ୍ୱିଚ୍‌ ଇ୧କୁ ଆଭାସୀ ମାଧ୍ୟମରେ ଉନ୍ମୋଚନ କରାଯାଇଛି । ଉଭୟ ଇଆଇଭି୧୨ ଓ ଇ୧ର ଡିଜାଇନ୍‌ ଦର୍ଶନ ଓ ଢ଼ାଂଚା ସମାନ ରହିଛି ।
ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ପ୍ରସ୍ତୁତ କରାଯାଇଥିବା ସ୍ୱିଚ୍‌ ଇଆଇଭି୧୨ ପ୍ଲାଟଫର୍ମକୁ ସହରାଚଂଳ ଗମନାଗମନ ଲାଗି ସ୍ୱଦେଶୀ ଡିଜାଇନ୍‌, ବିକାଶ ଓ ଉତ୍ପାଦନ କରାଯାଇଛି ଯାହା ସୁରକ୍ଷା, ଭରସାଯୋଗ୍ୟତା ଓ ଆରାମ ଦୃଷ୍ଟିରୁ ବିଶ୍ୱସ୍ତରୀୟ ମାନକ ପ୍ରଦାନ କରୁଛି । ୩୯ ଜଣ ଯାତ୍ରୀଙ୍କ ବସିବା ଲାଗି ସିଟ୍‌ ଥିବା ସ୍ୱିଚ୍‌ ଇଆଇଭି ୧୨ ଏହାର କ୍ଷେତ୍ରରେ ଅଗ୍ରଣୀ ଯାହା ଅପରେଟରଙ୍କୁ ସର୍ବାଧିକ ରାଜସ୍ୱ ସମ୍ଭାବନା ପ୍ରଦାନ କରିବ ।
ଏହି ଅବସରରେ ହିନ୍ଦୁଜା ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌୍‌ର ଅଧ୍ୟକ୍ଷ ଏ ପି ହିନ୍ଦୁଜା କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଲକ୍ଷ୍ୟ-ଭାରତ ଓ ଦୁନିଆ ପାଇଁ ଭାରତରେ ପ୍ରସ୍ତୁତ ପ୍ରତି ଏହି ବସ୍‌ଗୁଡ଼ିକ ହେଉଛି ସମ୍ମାନ । ଉନ୍ନତ ମାନର ପ୍ରଯୁକ୍ତି ଓ ଶୂନ କାର୍ବନ ନିର୍ଗମନ ସୁବିଧାସୁଯୋଗ ଥିବା ଏହି ବସ୍‌ଗୁଡ଼ିକୁ ଭାରତରେ ଆସିବାକୁ ଯାଉଥିବା ଚମକ୍ରାର ସଡ଼କ ଭିତିଭୂମିକୁ ନଜରରେ ରଖି ଉନ୍ମୋନ କରିବାକୁ ଅନୁପ୍ରାଣିତ ହୋଇଛି ଯାହାକୁ ମୋଦୀଙ୍କ ଭଳି ଦୂରଦ୍ରଷ୍ଟା ପରିକଳ୍ପନା କରିଥିବା ବେଳେ ଗଡ଼କରୀ ମହାଶୟ କାର୍ଯ୍ୟକାରୀ କରିଛନ୍ତି ।”
ସ୍ୱିଚ୍‌ ମୋବିଲିଟିର ଅଧ୍ୟକ୍ଷ ଧୀରଜ ହିନ୍ଦୁଜା କହିଛନ୍ତି ଯେ, “ସ୍ୱିଚ୍‌ ଇଆଇଭି୧୨ର ଶୁଭାରମ୍ଭ ଏବଂ ସ୍ପେନ୍‌ ପାଇଁ ସ୍ୱିଚ୍‌ ଇ-୧ର ଶୁଭାରମ୍ଭ ହିନ୍ଦୁଜା ଗ୍ରୁପ୍‌ ଏବଂ ଅଶୋକ ଲେଲ୍ୟାଣ୍ଡ ୍‌ ପାଇଁ ଏକ ଗୌରବର ମାଇଲଖୁଂଟ । ଇଆଇଭି୧୨ ଏବଂ ଇ୧ ବ୍ୟତୀତ, ସ୍ୱିଚ୍‌ ଆମର ବିଶ୍ୱସ୍ତରୀୟ ଅଫରକୁ ବିସ୍ତାର କରିବା ପାଇଁ ଅନେକ ନୂତନ ଉତ୍ପାଦ ବିକଶିତ କରୁଛି । ସ୍ୱିଚ୍‌ ମୋବିଲିଟିରେ ଆମେ ଏକ ସବୁଜ ଭବିଷ୍ୟତ ଚଳାଇଛୁ ଏବଂ ବିଶ୍ୱବ୍ୟାପୀ ଇଲେକ୍ଟ୍ରିକ୍‌ ଗମନାଗମନକୁ ସମସ୍ତ ପାଖରେ ପହଂଚାଇବା ପାଇଁ ଆମର ଦୀର୍ଘମିଆଦୀ ଦୃଷ୍ଟିକୋଣକୁ ଆଗକୁ ବଢ଼ାଉଛୁ ।”
ସ୍ୱିଚ୍‌ ମୋବିଲିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶବାବୁ କହିଛନ୍ତି ଯେ, “ସ୍ୱିଚ୍‌ ମୋବିଲିଟିରେ ଆମେ ଭାରତ ଏବଂ ୟୁରୋପ ପାଇଁ ଦୁଇଟି ନୂଆ ଉତ୍ପାଦ ଉନ୍ମୋଚନ କରି ଉତ୍ସାହିତ ଯାହା ଉଭୟ ଆମର ବିଶ୍ୱ ଇଭି ଢ଼ାଂଚା ଉପରେ ନିର୍ମିତ । ଉନ୍ନତ ଦକ୍ଷତା, ନିରାପତା ଏବଂ ଯାତ୍ରୀଙ୍କ ସୁବିଧା ପ୍ରଦାନ କରିବା ପାଇଁ ଏହି ଉଦ୍ଭାବନଗୁଡିକ ଅତ୍ୟାଧୁନିକ ଇଭି ପ୍ରଯୁକ୍ତି ବ୍ୟବହାର କରନ୍ତି । ସର୍ବୋତମ ଶକ୍ତି ପ୍ରଦର୍ଶନ ଏବଂ ଉପଲବ୍ଧତା ପାଇଁ ପ୍ରସ୍ତୁତ କରାଯାଇଥିବା ଆମର ନିମ୍ନ ମହଲା ଇଲେକ୍ଟ୍ରିକ୍‌ ସିଟି ବସ୍‌ ୧,୮୦୦ ବରାଦ ହାସଲ କରିଛି ଯାହା ଏକ ସ୍ଥାୟୀ ସହରାଚଂଳ ପରିବହନ ଭବିଷ୍ୟତ ପାଇଁ ସ୍ୱିଚ୍‌ ମୋବିଲିଟିର ଦୃଷ୍ଟିକୋଣ ଉପରେ ବଜାରର ଆତ୍ମବିଶ୍ୱାସର ପ୍ରମାଣ ।”

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories