www.samajalive.in
Monday, December 15, 2025
26.1 C
Bhubaneswar

ଜାନୁୟାରୀ ୧ରୁ ମହଙ୍ଗା ହେବ ମ୍ୟାଗି

ନୂଆଦିଲ୍ଲୀ : ୨ ମିନିଟରେ ପ୍ରସ୍ତୁତ ହେଉଥିବା ମ୍ୟାଗି ମହଙ୍ଗା ହୋଇପାରେ । ଆଗାମୀ ବର୍ଷ ଜାନୁୟାରୀରୁ ମ୍ୟାଗି ଦାମ୍ ବଢିପାରେ । ପୂର୍ବରୁ ୨୦୨୨ରେ ମ୍ୟାଗି ଦାମ୍ ୨ ଟଙ୍କା ବୃଦ୍ଧି କରାଯାଇଥିଲା ।  କହିରଖୁଛୁ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି କି ଡବଲ ଟ୍ୟାକ୍ସେସନ୍ ଆଭଇଡାନ୍ସ ଏଗ୍ରିମେଣ୍ଟକୁ ସେପର୍ଯ୍ୟନ୍ତ ଲାଗୁ କରାଯାଇପାରିବ ନାହିଁ ଯେଉଁପର୍ଯ୍ୟନ୍ତ ଏହାକୁ ଇନକମ୍ ଟ୍ୟାକ୍ସ ଆକ୍ଟ ଅନୁସାରେ ଅଧିସୂଚିତ କରାଯାଇନି । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ସ୍ବିସ୍ କମ୍ପାନୀମାନଙ୍କ ଉପରେ ପ୍ରଭାବ ପଡିବ । ସେମାନଙ୍କୁ ଡିଭିଡେଣ୍ଡ ଉପରେ ଅଧିକ ଟ୍ୟାକ୍ସ ପୈଠ କରିବାକୁ ହେବ । ଯଦି କମ୍ପାନୀମାନେ ଅଧିକ ଟ୍ୟାକ୍ସ ପୈଠ କରିବେ ତେବେ ନିଜ ଉତ୍ପାଦ ଦାମ୍ ବୃଦ୍ଧି କରିବେ ।

ଟ୍ୟାକ୍ସ ବୃଦ୍ଧିର ସିଧା ପ୍ରଭାବ ସ୍ବିସ୍ କମ୍ପାନୀ ଯଥା ନେସଲେ ଆଦିଙ୍କ ଉପରେ ପଡିବ । ସେମାନଙ୍କ ଉତ୍ପାଦ ମହଙ୍ଗା ହୋଇଯିବ । କାରଣ କମ୍ପାନୀଙ୍କୁ ଭାରତୀୟ ଆୟର ଉତ୍ସରୁ ପ୍ରାପ୍ତ ଡିଭିଡେଣ୍ଡ ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଦେବାକୁ ପଡିପାରେ ଯାହା ପୂର୍ବରୁ କମ୍ ଥିଲା । ଭାରତୀୟ କୋର୍ଟଙ୍କ ନିଷ୍ପତ୍ତି ପରେ ସ୍ବିଜରଲ୍ୟାଣ୍ଡର କହିବାନୁସାରେ ଭାରତରେ ସେମାନଙ୍କୁ ଅନ୍ୟ ଦେଶ ଭଳି ଅଧିକ ଲାଭ ମିଳୁନି । ତେଣୁ କମ୍ପାନୀ ପୂର୍୧୯୯୪ରୁ ହୋଇଥିବା ଚୁକ୍ତିକୁ ୨୦୨୪ ଶେଷ ସୁଦ୍ଧା ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଫଳରେ ଉତ୍ପାଦ ମହଙ୍ଗା ହୋଇପାରେ । ଅର୍ଥାତ୍ ୨୦୨୫ରୁ ଗ୍ରାହକଙ୍କୁ ମ୍ୟାଗି କ୍ରୟ ଉପରେ ଅଧିକ ପଇସା ଦେବାକୁ ପଡିବ ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories