ଫଟୋ ଭାଇରାଲ ହେବାରୁ ଯୁବତୀଙ୍କ ଆତ୍ମହତ୍ୟା
ସାଲେପୁର : ସାମାଜିକ ଗଣମାଧ୍ୟମରେ ପୁରୁଷ ବନ୍ଧୁ ଫଟୋ ଭାଇରାଲ କରିବାରୁ ଯୁବତୀ ଆତ୍ମହତ୍ୟା କରିଦେଲେ । କଟକ ଜିଲା ସାଲେପୁରରେ ଦେଖିବାକୁ ମିଳିଛି ଏମିତି ଘଟଣା । ଅନେଇ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପୁରୁଷବନ୍ଧୁକୁ ଗିରଫ କରିଛି । ଯୁବତୀଙ୍କ ଘର ଭଦ୍ରେଶ୍ୱର ଥାନା ପୋଡ଼ାମରାଇ ଗାଁରେ । ସେ ଅନିଲ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ତେବେ ବିବାହ ପାଇଁ ଯୁବତୀ ଜଣକ ମନା କରିବା ପରେ ପୂର୍ବରୁ ଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରିଦେଲେ ଅନିଲ୍ । ନିନ୍ଦା ଅପବାଦ ଭୟରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଭଦ୍ରଶ୍ଵର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଅନିଲକୁ ଗିରଫ କରି ଆଗାମୀ ଯାଞ୍ଚ ଜାରି ରଖିଛି ।
Comments are closed.