www.samajalive.in
Monday, December 15, 2025
24.1 C
Bhubaneswar

ଭୀମକୁଣ୍ଡରେ ପାର୍କ ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ପାଟଣା : କେନ୍ଦୁଝର ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ। ବୈତରଣୀ ନଦୀ ଶଯ୍ୟାରେ ଏହି କ୍ଷେତ୍ରଟି ଦେଖିବାକୁ ଯେତେ ମନୋରମ ସେତେ ଭୟଙ୍କର ମଧ୍ୟ। ପ୍ରଖର ଗତିରେ ପାଣି ଗର୍ଜନ କରି ଏଠାରେ ଗଡି ଚାଲିଛି। ରାଜ୍ୟରେ ପର୍ଯ୍ୟଟକ ମାନଙ୍କ ପାଇଁ ଭୀମକୁଣ୍ଡ କିଛି ବର୍ଷ ହେଲା ମୁଖ୍ୟ ପସନ୍ଦର ସ୍ଥାନ ହୋଇଆସିଛି। ବ୍ଲକ ପ୍ରଶାସନ ପକ୍ଷରୁ ଏହି ପର୍ଯ୍ୟଟନ ସ୍ଥଳକୁ ପରିଚାଳନା କରିବାକୁ ଏକ ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ଵ ଅର୍ପଣ କରାଯାଇଛି। ତେବେ ପର୍ଯ୍ୟଟକମାନେ ଏଠାରେ ଶୌଚ ହେବାକୁ ବ୍ୟବସ୍ଥା ନଥିବାରୁ ଘୋର ବିରକ୍ତି ପ୍ରକାଶ କରିଛନ୍ତି। ପ୍ରଶାସନ ତରଫରୁ କୌଣସି ଶୌଚାଳୟ ବ୍ୟବସ୍ଥା ନକରି ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ପାର୍କ ନିର୍ମାଣ କରାଯାଉଛି। ତେବେ ଏହି ସବୁ ନିର୍ମାଣ କାମ କେତେ ଭାଗ ବାଲି ସିମେଣ୍ଟରେ ହେଉଛି ଯାଞ୍ଚ କରିବାକୁ ଏହାର ସାମ୍ପଲିଂ ଟେଷ୍ଟିଂ ବ୍ୟବସ୍ଥା କରିବାକୁ ଲୋକେ ଦାବି କରିଛନ୍ତି। ଏଠାରେ ୬ ବାଲିରେ ଗୋଟେ ବସ୍ତା ସିମେଣ୍ଟ ବଦଳରେ ୨୦ଭାଗ ବାଲିରେ ଗୋଟିଏ ବସ୍ତା ସିମେଣ୍ଟରେ କାମ କରାଯାଉଥିବା ସ୍ଥାନୀୟ ଅଧିବାସୀ ଭକ୍ତବନ୍ଧୁ ମହାନ୍ତ ଅଭିଯୋଗ କରିଛନ୍ତି। ପର୍ଯ୍ୟଟନସ୍ଥଳୀ ବୋଲି ମନ ଇଚ୍ଛା କାମକୁ ଲୋକେ ବିରୋଧ କରିଛନ୍ତି। ତେଣୁ ଏହାର ବିଧିବଦ୍ଧ ଭାବେ ଯାଞ୍ଚ କରିବାକୁ ବୁଦ୍ଧିଜୀବି ଓ ପର୍ଯ୍ୟଟକ ମାନେ ମତ ରଖିଛନ୍ତି। କେନ୍ଦୁଝର ନାଗରିକ ମଞ୍ଚ ପକ୍ଷରୁ ଦିଲୀପ କୁମାର ସାହୁ ଏଠାରେ ସଠିକ ଭାବେ ନିର୍ମାଣ କାମ କରିବାକୁ ଦାବି କରିଛନ୍ତି ।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories