www.samajalive.in
Monday, December 15, 2025
24.1 C
Bhubaneswar

ଶାଲିନୀ ମିଶ୍ର କିଏ? ବିହାର ବିଧାନସଭା ନିର୍ବାଚନର ପ୍ରଥମ ବିଜୟୀ ପ୍ରାର୍ଥୀ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେଉଛି । ଏଥର ମଧ୍ୟ ନୀତିଶ କୁମାର ବାଜି ମାରୁଥିବା ଯାହା ଟ୍ରେଣ୍ଡରୁ ଜଣାପଡିଛି । ଏନଡିଏ ଓ ମହାମେଣ୍ଟରେ ପ୍ରଥମର କଡା ଟକ୍କର ଚାଲିଥିବା ବେଳେ ଏବେ ୨୦୯ ସିଟରେ ଏନଡିଏ ଆଗୁଆ ରହିଛି । ମହାମେଣ୍ଟ ୨୮ଟି ସିଟରେ ରହିଛି । ସବୁଠାରୁ ପ୍ରଥମ ବିଜୟୀ ହୋଇଛନ୍ତି ଶାଲିନୀ ମିଶ୍ର । ନିର୍ବାଚନରେ ତାଙ୍କର ବିଜୟ ଫଳାଫଳ ପ୍ରଥମେ ଘୋଷଣା କରାଯାଇଥିଲା । ରିପୋର୍ଟ ଅନୁସାରେ ସେ ୫୮,୦୦୦ରୁ ଅଧିକ ଭୋଟ ପାଇଛନ୍ତି ।

ଶାଲିନୀ ମିଶ୍ର ପୂର୍ବ ଚମ୍ପାରଣର କେଶରିଆ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ଜେଡିୟୁର ପ୍ରାର୍ଥୀ ହୋଇଥିଲେ । ଭୋଟ ଗଣତି ଆରମ୍ଭରୁ ସେ ନେତୃତ୍ୱ ନେଇଥିଲେ ଏବଂ ବିଜୟ ପର୍ଯ୍ୟନ୍ତ ଏହି ନେତୃତ୍ୱ ବଜାୟ ରଖିଥିଲେ । ତଥ୍ୟ ଅନୁସାରେ ଶାଲିନୀ ମିଶ୍ର ୫୮,୯୭୦ ଭୋଟ ସହିତ ବିଜୟୀ ହୋଇଛନ୍ତି ।
ଶାଲିନୀ ମିଶ୍ର କେଶରିଆ ବିଧାନସଭା ଆସନରୁ ୨୦୨୦ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ଏଥର ତାଙ୍କୁ ପୁଣି ଥରେ ଜେଡିୟୁ ପ୍ରାର୍ଥୀ କରିଥିଲା ଏବଂ ମହାମେଣ୍ଟର ପ୍ରାର୍ଥୀ ବରୁଣ ବିଜୟଙ୍କୁ ପରାସ୍ତ କରିଥିଲେ ।

- Advertisement -

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories