www.samajalive.in
Monday, December 15, 2025
24.1 C
Bhubaneswar

ଜେଏସପିକୁ ମିଳିଲାନି ଗୋଟିଏ ବି ସିଟ୍, ସନ୍ୟାସ ପ୍ରତିଶ୍ରୁତି ପାଳନ କରିବେ କି ପ୍ରଶାନ୍ତ କିଶୋର

ପାଟଣା: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ସହିତ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି(ଜେଏସପି) ପ୍ରାର୍ଥୀ ଧରାଶାୟୀ ହୋଇଛନ୍ତି। ପ୍ରାରମ୍ଭିକ ଫଳାଫଳ ଅନୁସାରେ ଜେଏସପିକୁ ଗୋଟିଏ ମଧ୍ୟ ସିଟ୍ ମିଳିନି ଯଦିଓ ଏକଜିଟ୍ ପୋଲ୍ ଅନୁସାରେ ଦଳକୁ ୦ରୁ ୫ ସିଟ୍ ମିଳିବା ଅନୁମାନ ଲଗାଯାଇଥିଲା। ଖାସ୍ କଥା ହେଉଛି ପ୍ରଶାନ୍ତ କିଶୋରଙ୍କ ସବୁଠାରୁ ମଜଭୁତ ପ୍ରାର୍ଥୀ ମଧ୍ୟ କାହାକୁ ଟକ୍କର ଦେଇପାରିନାହାଁନ୍ତି। ବିଧାନସଭା ଉପନିର୍ବାଚନରେ ୧୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ କରିଥିବା ପ୍ରଶାନ୍ତ କିଶୋରଙ୍କ ଜଣେ ପ୍ରାର୍ଥୀ ମଧ୍ୟ କାହାକୁ ଚାଲେଞ୍ଜ ଦେଇପାରିନାହାଁନ୍ତି।

ପ୍ରଶାନ୍ତ କିଶୋର ନିର୍ବାଚନ ପ୍ରଚାର ସମୟରେ ଗଣମାଧ୍ୟମ ଆଗରେ ଦାବି କରିଥିଲେ ଯେ ଯଦି ଜନତା ଦଳ ୟୁନାଇଟେଡକୁ ୨୫ ସିଟ୍ ମିଳେ ତେବେ ସେ ସନ୍ୟାସ ନେଇଯିବେ। ସେ କହିଥିଲେ କି ଯଦି ତାଙ୍କ ପାର୍ଟି କ୍ଷମତାକୁ ଆସେ ତଥାପି ମଧ୍ୟ ଜେଡିୟୁକୁ ୨୫ ସିଟରୁ ଅଧିକ ମିଳେ ତେବେ ସେ ସନ୍ୟାସ ନେଇଯିବେ। ତେବେ ରାଜନୀତିରେ କିଛି ବି ହୋଇପାରେ। ଦଳକୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ଆସନ ମିଳିପାରିନି। ନିର୍ବାଚନ ପୂର୍ବ ଦିନ ଦଳର ଅନେକ ପ୍ରାର୍ଥୀ ବିଜେପିରେ ସାମିଲ ହୋଇଥିଲେ। ବର୍ତ୍ତମାନ କାହିଁକି ଦଳ ଏପରି ଖରାପ ପ୍ରଦର୍ଶନ କଲା ସେନେଇ ପ୍ରଶାନ୍ତଙ୍କୁ ସମୀକ୍ଷା କରିବା ଉଚିତ୍।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories