www.samajalive.in
Monday, December 15, 2025
14.1 C
Bhubaneswar

ଜୟ ଢୋଲକିଆ ନୂଆପଡ଼ାର ନୂଆ ନେତା

ସମାଜଲାଇଭ ଡେସ୍କ: ବଡ଼ ବିଜୟ ସହିତ ଜୟ ଢୋଲକିଆ ନୂଆପଡ଼ାର ନୂଆ ନେତା ହୋଇଛନ୍ତି। ଜୟ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠାରୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ମିଳିଥିବାବେଳେ ଘାସିରାମଙ୍କୁ ୪୦ ହଜାର ୧୨୧ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୪୦୮ ଖଣ୍ଡ ଭୋଟ ମିଳିଛି।

-ନୂଆପଡ଼ା ରେକର୍ଡ଼ ବିଜୟ ରାଜ୍ୟରେ ଦେଢ଼ ବର୍ଷର  ବିଜେପି ସରକାରର ସ୍ଥିତିକୁ ବେଶ ମଜଭୁତ କରିବ। ଏହା ସହ ମୋହନ ମାଝୀଙ୍କ  ନେତୃତ୍ୱରେ ଚାଲିଥିବା ସରକାରର ତୃଣମୂଳ ସ୍ତରରେ ସଫଳତା ପହଁଚିବାର ବାର୍ତ୍ତା ସାରା ରାଜ୍ୟକୁ ଯିବ।

- Advertisement -

-ଏହି ନିର୍ବାଚନରେ ସବୁଠାରୁ ବଡ଼ ସମ୍ମାନ ଓ ସ୍ୱୀକୃତି ମୋହନ ମାଝୀଙ୍କ ପାଖକୁ ଯିବ।

– ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଉପନିର୍ବାଚନରେ ମୁଁହାମୁଁହି ଲଢେଇରେ ବାହାରିଥିଲେ। ତାଙ୍କ ଜନସଭା ଓ ରୋଡ୍‌ ଶୋ’ରେ ଅଦ୍ଭୂତପୂର୍ବ ଜନ ସମାଗମ ଦେଖିବାକୁ ମିଳିଥିଲା।

– ମୋହନ ସିଧାସିଧା ବିଜେଡ଼ି ଓ କଂଗ୍ରେସକୁ ରାଜନୈତିକ ଟାର୍ଗେଟ କରି ନିଜେ ନିଜ ଉପରେ ରିସ୍କ ନେବା ଭଳି ପରିସ୍ଥିତିକୁ ଆସିଥିଲେ।

– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୋହନଙ୍କ ପ୍ରତି ଥିବା ସମର୍ଥନ ଓ ତାଙ୍କୁ ହାତରେ ବାଛି ମୁଖ୍ୟମନ୍ତ୍ରୀ କରିବା କେତେ ଠିକ ଭୁଲର ପ୍ରଶ୍ନ ଉଠାଇଥିବା ନେତୃତ୍ୱ ଓ ବିଶେଷଜ୍ଞଙ୍କୁ ନୂଆପଡ଼ା ନିର୍ବାଚନ ଫଳାଫଳ ଚୁପ କରିବା ପାଇଁ ଯଥେଷ୍ଟ।

-ଗତ ଦେଢ଼ ବର୍ଷର ମୋହନଙ୍କ ସରକାରର ସମାଲୋଚକଙ୍କୁ ସିଧା ସିଧା ପ୍ରତ୍ୟୁତ୍ତର ନ ଦେଇ ମୁଖ୍ୟମନ୍ତ୍ରୀ ଆରମ୍ଭରୁ ନୂଆପଡ଼ା ବିଜୟର ଗୋଟିଚାଳନା କରି ତାଙ୍କ ରାଜନୈତିକ ପରିପକ୍ୱତାର ପ୍ରମାଣ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories