ଜାପାନରେ ଚିନ୍ତା , କମୁଛି ଶିଶୁଙ୍କର ସଂଖ୍ୟା
ଟୋକିଓ: ଜାପାନରେ ଶିଶୁମାନଙ୍କ ସଂକ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୩୭ ବର୍ଷ ଧରି ଦେଶରେ ଏହି ଅବସ୍ଥା ଦେଖାଦେଇଛି । ୧୪ ବର୍ଷ ତଳକୁ ଥିବା ପିଲାଙ୍କ ସଂଖ୍ୟା ଏପ୍ରିଲ ଏକ ତାରିଖ ସୁଦ୍ଧା ଦେଛ କୋଟି ହ୍ରାସ ପାଇଛି । ଏହି ହ୍ରାସ ସ୍ତର ରେକର୍ଡ ସର୍ବନିମ୍ନ ୧୨.୩ ପ୍ରତିଶତରେ ପହଞ୍ଚିଛି । ଏବେ ଜାପାନରେ କମ୍ ଆୟଥିବା ପରିବାରମାନଙ୍କୁ ପିଲାଙ୍କ ପ୍ରତି ପୋଷଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ବିଷୟରେ ଚିନ୍ତା କରାଯାଉଛି ।
ଏଥିଯୋଗୁଁ ୨୦୫୦ ବେଳକୁ ଜାପାନର ଜନ ସଂଖ୍ୟା ୨୩ ପ୍ରତିଶତ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । ଏବେ ଜାପାନ ୨୭.୭ ପ୍ରତିଶତ ଲୋକଙ୍କ ବୟସ ୬୦ ବର୍ଷରୁ ଅଧିକ । ଏଥିଯୋଗୁଁ ଜାପାନର ବିଭିନ୍ନ ସଂଗଠନ ଓ ଅର୍ଥ ଶାସ୍ତ୍ରୀ ,ଚିନ୍ତା ପ୍ରକଟ କରିଛନ୍ତି ।