BJD Bijuli 480×75 Mob

ସ୍ୱର୍ଗୀୟା ମା’ଙ୍କୁ ଜାହ୍ନବୀଙ୍କ ଉପହାର

BJD Bijuli 480×75 Mob
0

ସ୍ୱର୍ଗୀୟା ମା’ଶ୍ରୀଦେବୀଙ୍କର ଗେହ୍ଲୀ ଝିଅ ଥିଲେ ଜାହ୍ନବୀ। ବଡ଼ ଝିଅ ଜାହ୍ନବୀର ସିନେକ୍ୟାରିୟର ପାଇଁ ଗତ କିଛି ମାସ ହେଲା ପ୍ରବଳ ଚାପରେ ରହୁଥିଲେ ଶ୍ରୀଦେବୀ। ଝିଅର ପ୍ରଥମ ଚଳଚ୍ଚିତ୍ର ‘ଧଡ଼କ’ ଦେଖିବାକୁ ମଧ୍ୟ ଜୀବିତ ରହିପାରିଲେ ନାହିଁ ଏହି ଅଭିନେତ୍ରୀ। ମା’ଙ୍କୁ ମଧ୍ୟ ନିଜ ସ୍ମୃତିପଟରେ ସବୁବେଳେ ରଖିଛନ୍ତି ଜାହ୍ନବୀ। ମିଳିଥିବା ଖବର ଅନୁସାରେ ଦାଦା ଅନିଲ କପୁରଙ୍କ ଝିଅ ସୋନମଙ୍କ ବିବାହ ଉତ୍ସବରେ ଜାହ୍ନବୀ ବିଶେଷ ପ୍ରସ୍ତୁତି କରିଛନ୍ତି।

ଜାହ୍ନବୀଙ୍କ କହିବାନୁସା​‌ରେ, ତାଙ୍କୁ ଅନୁଭବ ହେଉଛି ମା’ ଯେପରି ତାଙ୍କ ଚାରିପାଖରେ ଘୂରି ବୁଲୁଛନ୍ତି। ସବୁବେଳେ ପରିବାର ଉପରେ ମଧ୍ୟ ଦୃଷ୍ଟି ରହିଛି ମା’ଙ୍କର। ଏଇ ସବୁ ଅନୁଭବରେ ବିବାହ ଉତ୍ସବରେ ମା’ଙ୍କ ହିଟ୍ ଗୀତରେ ନୃତ୍ୟ ପରିବେଷଣ କରିବେ ଜାହ୍ନବୀ। ୨ ସପ୍ତାହ ତଳେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଜାହ୍ନବୀ। ତାଙ୍କର ଏଇ ପଦକ୍ଷେପ ମା’ଙ୍କ ପାଇଁ ସୁନ୍ଦର ଉପହାରଟିଏ ହେବ ବୋଲି କହିଛନ୍ତି ସେ। ମା’ଙ୍କ ମୃତ୍ୟୁ ପରେ ବାପା ବୋନି ସବୁଠୁ ଏକଲା ହୋଇଯାଇଛନ୍ତି ବୋଲି ଅନୁଭବ କରୁଛନ୍ତି ଏହି ନବାଗତା। ସେଥିପାଇଁ ଅଧିକ ସମୟ ସେମାନେ ବାପାଙ୍କ ସହ ଅତିବାହିତ କରିବାକୁ ଚେଷ୍ଟାରତ। ମେ ୮ରେ ସୋନମ୍ ଓ ତାଙ୍କ ବନ୍ଧୁ ଆନନ୍ଦ ଆହୁଜାଙ୍କ ବର୍ଣ୍ଣାଢ଼୍ୟ ବିବାହ ମୁମ୍ବଇରେ ହେବାକୁ ଯାଉଛି।

Leave A Reply