ଜିଲା ପ୍ରଶାସନ ନିକଟରେ ଫେରାଦ ହେଲେ ଗ୍ରାମବାସୀ
ଜଂଘିରା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ
କେନ୍ଦୁଝରଗଡ଼ : କେନ୍ଦୁଝର ଜିଲାର ହରିଚନ୍ଦନପୁର ବ୍ଲକ ଜଂଘିରା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଗ୍ରାମବାସୀ ଶୁକ୍ରବାର ଜିଲା ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି । ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଆସିଥିବା ଅର୍ଥକୁ ପ୍ରକଳ୍ପ କାର୍ଯ୍ୟକାରୀ ନକରି ଜାଲ କାଗଜପତ୍ର କରି ସମସ୍ତ ଟଙ୍କା ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ଅଧିକାରୀ ମିଳିତ ଭାବେ ହରିଲୁଟ କରିଥିବା ଶୈଳେନ୍ଦ୍ର ଗୋପନ ଭାବେ ଶୁକ୍ରବାର ଜିଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିବା ଅବସରରେ ଏହା କହିଛନ୍ତି । ପଞ୍ଚାୟତର ଖଣ୍ଟପଡା ପୋଖରୀରେ ଗାଧୁଆ ଘାଟ ସାଙ୍ଗକୁ ପୋଷାକ ବଦଳ ଗୃହ ପାଇଁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ୭୫୯୪୯ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପରବର୍ତ୍ତି ସମୟରେ ଆସିଥିବା ଅନୁଦାନ ୧ଲକ୍ଷ ୧୦ ହଜାର ୨୨୭ଟଙ୍କା ସମ୍ପୂର୍ଣ୍ଣ ଭାବେ ହଡପ କରିଥିବା ମଦନ ବାରିକ ଅଭିଯୋଗ କରିଛନ୍ତି । ସେହିଭଳି ବାରାଗଡିଆ ପୋଖରୀ ଗାଧୁଆ ଘାଟ ଓ ପୋଷାକ ବଦଳ ଗୃହ ପାଇଁ ମିଳିଥିବା ୧ଲକ୍ଷ ୩୬ହଜାର ୫୦୫ଟଙ୍କା, ଜଂଘିରା ଖେଳ ପଡିଆର ଉନ୍ନତିକରଣ ପାଇଁ ମିଳିଥିବା ୧ଲକ୍ଷ ୭୦ହଜାର ଟଙ୍କା, ଜଂଘିରା ବଜାରରେ ଡ୍ରେନ ଉନ୍ନତିକରଣ ପାଇଁ ମିଳିଥିବା ୧ଲକ୍ଷ ୭୧ହଜାର ୭୫୧ଟଙ୍କା ଓ ୯୫ହଜାର ୫୪୪ଟଙ୍କା, ପଞ୍ଚାୟତର ପୁରୁଣା ଗୋଦାମ ଗୃହ ମରାମତି ପାଇଁ ମିଳିଥିବା ୧ଲକ୍ଷ ୫୨ହଜାର ୯୬୨ଟଙ୍କା କାର୍ଯ୍ୟ ନକରି ସମ୍ପୂର୍ଣ୍ଣ ଭାବେ ହଡପ କରାଯାଇଥିବା ରାଜକିଶୋର ରାଉତ, ମନୋଜ ସାହୁ, ସୁବ୍ରତ କୁମାର ସାହୁ, ସଞ୍ଜୟ କୁମାର ସାହୁ, ରମାକାନ୍ତ ବାରିକ ଓ ସଚ୍ଚିଦାନନ୍ଦ ସାହୁ ପ୍ରମୁଖ ଶୁକ୍ରବାର ବିଡିଓ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଓ ଜିଲାପାଳଙ୍କ ନିକଟରେ ଲିଖିତ ଭାବେ ଫେରାଦ ହୋଇ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି।
Comments are closed.