ଧର୍ମଶାଳାରେ ୧୬୧ କୋଟି ଟଙ୍କାର ୧୨ଟି ପ୍ରକଳ୍ପ ଶିଳାନ୍ୟାସ କଲେ ବିଧାୟକ
ଯାଜପୁର : ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଶୁକବ୍ରାର ୧୬୧ କୋଟି ଟଙ୍କାର ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବିଧାୟକ ପ୍ରଣବ ବଳବନ୍ତରାୟ। ପୂର୍ତ୍ତ ବିଭାଗ ଦ୍ୱାରା ନେଉଳପୁର-ହରିଦାସପୁର ୨୨କୋଟି ୩୯ଲକ୍ଷ, ବେଦପୁର-ଜନକ ୨୨କୋଟି ୨୦ଲକ୍ଷ, ଧର୍ମଶାଳା-ବଡକାଏମା ୧୮କୋଟି ୪୨ଲକ୍ଷ, କୁଆଖିଆ-ଜେନାପୁର ୧୮କୋଟି ୨୯ଲକ୍ଷ, ଧର୍ମଶାଳା-କବାଟବନ୍ଧ ୧୭କୋଟି ୪୦ଲକ୍ଷ, ବଡକାଏମା-ନରସିଂହପୁର ୧୫କୋଟି ୧୭ଲକ୍ଷ, ଧର୍ମଶାଳା ବାଇପାସ ୧୪କୋଟି ୬୪ଲକ୍ଷ, କେ.ଜି.ବିଡିବି ୯କୋଟି ୯୫ଲକ୍ଷ, କବାଟବନ୍ଧ-ମଞ୍ଜୁରୀପଡା ୮କୋଟି ୭୬ଲକ୍ଷ, ବାରବାଟୀ-ସିଂହାପୁର ୭କୋଟି ୬୬ଲକ୍ଷ, ନାକପୋଲ-ମାିଆ ୩କୋଟି ୯୮ଲକ୍ଷ ଏବଂ ନେଉଳପୁର-ହରିଦାସପୁର ୨କୋଟି ୯୧ଲକ୍ଷ ଟଙ୍କାର ଏହି ୧୨ଟି ପ୍ରକଳ୍ପକୁ ଶିଳାନ୍ୟାସ କରିଛନ୍ତି ବିଧାୟକ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ରସୁଲପୁର ପଂଚାୟତ ସମିତି ଅଧ୍ୟକ୍ଷ ଅରୁଣ ରାଉତ ଓ ସମସ୍ତ ଜୋନର ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦଳାଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ନରୋମ ଦାସ ଓ ସହକାରୀ ଯନ୍ତ୍ରୀ ବିରେନ୍ ବସୁ। ଏହାଦ୍ବାରା ଧର୍ମଶାଳାର ବିକାଶ ଧାରା ବିଶେଷ କରି ଜନସାଧାରଣଙ୍କ ଗମନାଗମନ ବ୍ୟବସ୍ଥାରେ ଆହୁରି ସୁବିଧା ହେବ। ଧର୍ମଶାଳା ପ୍ରଗତିର ପ୍ରୟୋଗଶାଳା, ଏହା ଖାଲି କଥାରେ ନୁହେଁ କାମରେ କରାଯାଇଛିି ବୋଲି ବିଧାୟକ କହିଛନ୍ତି।
Comments are closed.