ସନ୍ଦିଗ୍ଧ ଜେଇଏମ୍‍ ଆତଙ୍କବାଦୀ ଗିରଫ

0

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ୍‍ର ସ୍ୱତନ୍ତ ଶାଖା ଜୈସ-ଇ-ମହମ୍ମଦ (ଜେଇଏମ୍‍)ର ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଜେଇଏମ୍‍ର ଏହି ଆତଙ୍କବାଦୀର ନାମ ଅବଦୁଲ ଲତିଫ ଓରଫ ଦିଲାୱର। ସେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ବଧଡ଼ରଣର ଆକ୍ରମଣ ପାଇଁ ଯୋଜନା କରୁଥିଲା ବୋଲି ଗୁରୁବାର ଦିଲ୍ଲୀ ପୁଲିସ୍‍ର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

prayash

ଜାନୁଆରୀ ୨୦ ରାତିରେ ଦିଲ୍ଲୀ ପୁଲିସ୍‍ର ସ୍ୱତନ୍ତ୍ର ଶାଖା ଦିଲାୱରକୁ ଗିରଫ କରିଥିଲା। ପୁଲିସ୍‍ କହିବା ଅନୁସାରେ ଶ୍ରୀନଗର ଗ୍ରେନେଡ ଆକ୍ରମଣର ମାଷ୍ଟରମାଇଣ୍ଡ ଗଣତନ୍ତ୍ର ଦିବସ ଦିନ ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବଡ଼ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢାଉ କରାରଯାଇଥିଲା ଓ ସନ୍ଦିଗ୍ଧ ଦିଲାୱରକୁ ଗିରଫ କରାଯାଇଥିଲା।

Leave A Reply