ଜଗନ୍ନାଥ ରଥ ହେଲେ ନୂଆ ସୂଚନା କମିଶନର, ନିଯୁକ୍ତି ଦେଲେ ରାଜ୍ୟପାଳ

ଭୁବନେଶ୍ବର: ଜଗନ୍ନାଥ ରଥଙ୍କୁ ସୂଚନା କମିଶନର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟପାଳ ରଘୁବର ଦାସ ସୂଚନା କମିଶନର ଭାବେ ଜଗନ୍ନାଥ ରଥଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଆଜି ଏ ସଂକ୍ରାନ୍ତରେ ରାଜଭବନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଅବଗତ କରାଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ନୂଆ ସୂଚନା କମିଶନର ଜଗନ୍ନାଥ ରଥଙ୍କ ନିଯୁକ୍ତି ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ରାଜଭବନ ସୂତ୍ରରୁ ଜଣାପଡ଼ିଛି।

Comments are closed.