ହାପି ନ୍ୟୁ ଇୟର କହିଲା ଜଗା

0

ନୂଆଦିଲ୍ଲୀ : ହାପି ନ୍ୟୁ ଇୟର କହିଲା ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା। ପୁରୁଣା ବର୍ଷର ଶେଷ ସାଂଧ୍ୟରେ ପରିବାରବର୍ଗ, ଏମସ କର୍ମଚାରୀ ଓ ଆଗନ୍ତୁକଙ୍କ ସହ ଖେଳିବା ସହ ସମସ୍ତଙ୍କୁ ହାପି ନ୍ୟୁ ଇୟର ଶୁଭେସ୍ଥା ଜଣାଇ ପୁରୁଣା ବର୍ଷ ୨୦୧୮କୁ ବଡ଼ଭାଇ ଜଗା ବିଦାୟ ଦେଇଛି। ଜଣେ ସାଧାରଣ ଶିଶୁ ଭଳି ଜଗାର ବ୍ୟବହାର ଦିଲ୍ଲୀ ଏମସରେ କହଁର ପରିବାରକୁ ଉତ୍ସାହିତ କରିଛି। କହଁର ପରିବାରକୁ ସାକ୍ଷାତ କରିବାକୁ ଆସିଥିବା ପ୍ରତ୍ୟେକ ଆଗନ୍ତୁକ ଏବଂ ଏମସ କର୍ମଚାରୀଙ୍କୁ ଆଜି ଦିନତମାମ ଜଗା ହାପି ନ୍ୟୁ ଇଅର କହି ଅଭିନନ୍ଦନ ଜଣାଉଥିଲା। ଇତିମଧ୍ୟରେ ଇଂରାଜୀର କେତେକ ଶଦ୍ଦକୁ ଜଗା ଶିଖି ଯାଇଛି। ଶରୀର ବିଭିନ୍ନ ଅଙ୍ଗର ଇଂରାଜୀ ଶଦ୍ଦ ଗୁଡିକୁ ସ୍ପଷ୍ଟ ଭାବେ କହୁଛି। ସଂଖ୍ୟା ଗଣନା ମଧ୍ୟ ଧିରେ ଧିରେ ଶିଖୁଛି। ବାର୍ତ୍ତାଳାପ କଲେ ସହଜରେ ଗ୍ରହଣ କରୁଛି ଏବଂ ପ୍ରତିଉତ୍ତର ମଧ୍ୟ ଦେଉଛି। ଜଗା ତାଙ୍କ ଠାରୁ ଚକ୍‍ଲେଟ ନେଇ ଖାଇଥିଲା ଏବଂ ଏମ୍‍ସ ପରିସରରେ ଜଣେ ସାଧାରଣ ଶିଶୁ ଭଳି ଜଗାର ଚପଳାମି ତାଙ୍କୁ ଖୁବ ଆତ୍ମସନ୍ତୋଷ ଦେଇଛି ବୋଲି କହଁର ପରିବାରକୁ ଭେଟିବାକୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ଆଶୁତୋଷ ରାଉତ କହିଛନ୍ତି। ସିଏନ ଟାୱରରେ ଜଗାର ଏଣେ ତେଣେ ଦୌଡ଼କୁଦ ତାଙ୍କୁ ଖୁବ୍‍ ଆନନ୍ଦିତ କରିଥିଲା। ଦିଲ୍ଲୀ ଏମ୍‍ସରେ ଭର୍ତ୍ତି ହେବାର ପ୍ରଥମ ଦିବସରୁ କହଁର ପରିବାର ଏବଂ ସମସ୍ତ ଘଟଣାବଳୀର ସହ ପତ୍ୟେକ୍ଷ ଭାବେ ଜଡ଼ିତ ଶ୍ରୀ ରାଉତ କହିଛନ୍ତି ଯେ ୨୦୧୮ ଉଭୟ ଶିଶୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୧୮ରେ ଜଗା ସଂପୂର୍ଣ୍ଣ ସୁସ୍ଥ ହେବା ସହ ସାନଭାଇ କାଳିଆ ବିପଦମୁକ୍ତ ହୋଇଛି। ତେବେ କାଳିଆ ବିପଦ ମୁକ୍ତ ହୋଇଥିଲେ ମଧ୍ୟ ନାକ ନଳୀରେ ଖାଦ୍ୟ ଗ୍ରହଣ କରୁଥିବାର ଜଣାପଡ଼ିଛି। ୨୦୧୯ କହଁର ପରିବାର ପାଇଁ ଶୁଭଦାୟକ ହେଉ ଏବଂ ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା କାଳିଆ ସଂପୂର୍ଣ୍ଣ ସୁସ୍ଥ ହୋଇ ଓଡ଼ିଶା ଫେରି ଯାଆନ୍ତୁ ବୋଲି ଆଜି ଏମ୍‍ସର ଡାକ୍ତରୀ ଦଳ ଏବଂ କର୍ମଚାରୀ କହଁର ପରିବାରକୁ ଶୁଭକାମନା ଜଣାଇଛନ୍ତି।

Leave A Reply