କାମାକ୍ଷାନଗର: ତୁମୁସିଙ୍ଗା ଥାନା ମାଛିଆ ଗାଁସ୍ଥିତ ଶକ୍ତି ମଲ୍ଟଏୟାର ଆଣ୍ଡ ଲିମୋନେଡ଼ କମ୍ପାନୀରେ ଶୁକ୍ରବାର ଆୟକର ବିଭାଗ ପକ୍ଷୁର ଚଢ଼ାଉ କରାଯାଇଛି। ଭୁବନେଶ୍ୱରରୁ ଆସିଥିବା ଆୟକର ବିଭାଗର ଦୁଇଟି ଦଳ ଚଢ଼ାଉରେ ସାମିଲ ଅଛନ୍ତି।
ସୂଚନା ଅନୁସାରେ, ମାଛିଆ ଗାଁରେ ୨୦୧୨ ମସିହାଠାରୁ ଶକ୍ତି ମଲ୍ଟଏୟାର ଆଣ୍ଡ ଲିମୋନେଡ଼ କମ୍ପାନୀ ମଦ ଓ ମଦ୍ୟପାନୀୟ ଜାତୀୟ ଉତ୍ପାଦ ପ୍ରସ୍ତୁତ କରିଆସୁଛି। କମ୍ପାନୀଟି ସରକାରୀ ଭାବେ ବ୍ଲିଡିଙ୍ଗ, ବଟଲିଂ, ଡିଷ୍ଟ୍ରିବ୍ୟୁସନ ଓ ସେଲିଂ ଇତ୍ୟାଦି ଚାରୋଟି କାର୍ଯ୍ୟ ପାଇଁ ଅନୁମତି ପାଇଛି। ତେବେ ବେସରକାରୀ ଭାବରେ ସମ୍ପୃକ୍ତ କମ୍ପାନୀଟି ଦୀର୍ଘ ଦିନ ଧରି ପ୍ରଡ଼କ୍ଟ ନିର୍ମାଣ ଓ ବିକ୍ରି କ୍ଷେତ୍ରରେ ଟିକସ ଫାଙ୍କି ଆସୁଥିବା ନେଇ ଅଭିଯୋଗ ହୋଇଛି। ଯାହା ଫଳରେ ଶୁକ୍ରବାର ଆୟକର ବିଭାଗ ତରଫରୁ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି। କମ୍ପାନୀଟି ଅନୁଗୁଳ ଅଞ୍ଚଳର ବିକ୍ରମ ସାହୁଙ୍କର ହୋଇଥିବା ବେଳେ ଆଠ ଜଣିଆ ଆୟକର ବିଭାଗ ସଦସ୍ୟ ଏହି ଚଢ଼ାଉରେ ସାମିଲ ଅଛନ୍ତି। ଚଢ଼ାଉ ଜାରି ରହିଥିବା ଜଣାଯାଇଛି।



