www.samajalive.in
Tuesday, November 18, 2025
16.1 C
Bhubaneswar

ରାଜ୍ୟ ସରକାରଙ୍କ ବିଭିନ୍ନ ଗଣଶିକ୍ଷା ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ଗୁରୁତ୍ୱ ବ୍ୟକ୍ତି ନିର୍ମାଣରେ ରାଷ୍ଟ୍ର ନିର୍ମାଣ ସମ୍ଭବ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ଵାରା ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀର ଶୁଭାରମ୍ଭ କରାଯାଇଛି । ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଆୟୋଜିତ ଉକ୍ତ ସମ୍ମିଳନୀର ଏକ ଅଧିବେସନରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ ବିଭାଗୀୟ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଶିକ୍ଷାରେ ପରିବର୍ତ୍ତନ ଆଣିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସ୍କୁଲଗୁଡ଼ିକୁ ‘ପିଏମ-ଶ୍ରୀ’ ଯୋଜନାରେ ସାମିଲ କରାଯାଉଛି। ‘ନିପୁଣ ଓଡ଼ିଶା’ ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନରେ ଗୁଣାବତ୍ତା ଆସିଛି ଏବଂ ପ୍ରାଥମିକ ସ୍ତରରୁ ପିଲାମାନଙ୍କୁ ସକ୍ଷମ କରାଯାଉଛି ବୋଲି ମନ୍ତ୍ରୀ ମତପ୍ରକାଶ କରିବା ସହ ବ୍ୟକ୍ତି ନିର୍ମାଣରେ ରାଷ୍ଟ୍ର ନିର୍ମାଣ ସମ୍ଭବ ହୋଇପାରିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

- Advertisement -

ମୁଖ୍ୟମନ୍ତ୍ରୀ ସେପ୍ଟେମ୍ୱର ୫ ତାରିଖରେ ପବିତ୍ର ଗୁରୁ ଦିବସ ଅବସରରେ ନିପୁଣ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଥିଲେ । ନିପୁଣ ଓଡ଼ିଶା ମୁଖ୍ୟତଃ ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ପ୍ରାଧାନ୍ୟ ଦେଉଛି । ତୃତୀୟ ଶ୍ରେଣୀ ଶେଷ ସୁଦ୍ଧା ଛାତ୍ରଛାତ୍ରୀମାନଙ୍କୁ ପଢ଼ିବା, ଲେଖିବା ଓ ସଂଖ୍ୟା ଜ୍ଞାନରେ ନିପୁଣ କରିବା ଏହି ଯୋଜନାର ଉଦ୍ଦେଶ୍ୟ। ଏହି ଯୋଜନା ଉଭୟ ଜିଲ୍ଲା ଓ ବ୍ଲକସ୍ତରରେ କାର୍ଯକାରୀ ହେବ । ଏଥିସହିତ ଶିକ୍ଷା ସୋପାନ ରେଜିଷ୍ଟ୍ରର ମାଧ୍ୟମରେ ପାଠ ପଢ଼ା ପରେ ବ୍ୟକ୍ତିଗତସ୍ତରରେ ବିଦ୍ୟାର୍ଥୀ କଣ ଶିଖିଲେ ତାହାର ମୂଲ୍ୟାଙ୍କନ କରିବା ଓ ସେମାନଙ୍କର ଅଗ୍ରଗତି ସମ୍ପର୍କରେ ଅବଗତ ହେବେ ଶିକ୍ଷକ-ଶିକ୍ଷୟିତ୍ରୀ।

ଦ୍ଵିତୀୟରେ ପିଏମ୍-ଶ୍ରୀ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପିଏମ୍-ଶ୍ରୀ ଯୋଜନା ସାହାଯ୍ୟ କରିବ। ବର୍ତ୍ତମାନର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀଙ୍କୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟ କରିବ ‌। ବିଦ୍ୟାଳୟରେ ବ୍ୟବହୃତ ହେଉନଥିବା ଭିତ୍ତିଭୂମିକୁ ସାମାଜିକ କାର୍ଯ୍ୟରେ ବ୍ୟବହାର କରାଯିବ, ଯାହା ଦ୍ୱାରା ସ୍ଥାନୀୟ ସଂସ୍କୃତି ସହ ଛାତ୍ରଛାତ୍ରୀମାନେ ପରିଚିତ ହେବେ, ସାମାଜିକ ଚେତନା କେନ୍ଦ୍ର ପରି ଅଭିନବ ପଦକ୍ଷେପ ହାତକୁ ନିଆଯାଇପାରିବ । ଗୋଷ୍ଠୀ ସହଭାଗିତା ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ଏହା ମାଧ୍ୟମରେ ଯୋଡ଼ା ଯାଇପାରିବ। ବିଦ୍ୟାଳୟଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱଚ୍ଛତା, ଜଳ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନ ସଚେତନତାକୁ ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହିତ କରାଯିବ।

ତୃତୀୟରେ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ସମ୍ପର୍କରେ ସୂଚନା ପ୍ରଦାନ କରି ବିଭାଗୀୟ କମିଶନର ତଥା ଶାସନ ସଚିବ କହିଛନ୍ତି, ପ୍ରତି ଗ୍ରାମ ପଞ୍ଚାୟତରେ ମଡେଲ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯିବ । ଜାତୀୟ ଶିକ୍ଷା ନୀତି – ୨୦୨୦ ଏବଂ ଶିକ୍ଷା ଅଧିକାର ଅଧିନିୟମକୁ ଆଧାର କରି ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ସବୁ ମଡେଲ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟମାନଙ୍କ ପାଇଁ ‘ଫିଡର୍ ବିଦ୍ୟାଳୟ’ ହେବ। ଏହି ଯୋଜନା ଜରିଆରେ ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ବିଦ୍ୟାଳୟ ଯିବା ସମୟରେ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୂର କରିବ।

ଜିଲାସ୍ତରରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଜିଲାପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶିକ୍ଷକମାନଙ୍କୁ ଶିକ୍ଷଣ ସାମଗ୍ରୀ ଯୋଗାଇଦେବା, ଶିକ୍ଷଣୀୟ ପଦ୍ଧତିକୁ ଉନ୍ନତ କରିବା, ବିଭିନ୍ନ ଅଂଶୀଦାରଙ୍କ ଠାରୁ ମତାମତ ଗ୍ରହଣ କରିବା, ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଓ ବିଭିନ୍ନ ଯୋଜନାର ମନିଟରିଂ କରିବାରେ ଜିଲ୍ଲାସ୍ତରରେ ପଦକ୍ଷେପ ଗ୍ରହଣ କରାଯିବ ।
ଆଲୋଚନାରେ ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ଓ କଳାହାଣ୍ଡି ଜିଲ୍ଲାପାଳ ସଚିନ୍ ପଓ୍ୱାର ଉପସ୍ଥିତ ରହି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଉପରେ ନିଜର ଅଭିଜ୍ଞତା ବାଣ୍ଟିଥିଲେ।

ଝାରସୁଗୁଡ଼ା ଜିଲା ଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷା ପାଇଁ “ଉଦିଆଁ ତରା” ନାମକ ଏକ ଅଭିଯାନ ୨୦୨୩-୨୪ ରେ ଆରମ୍ଭ କରାଯାଇଛି । ଏହି ଅଭିଯାନ ଦ୍ୱାରା ବିଦ୍ୟାର୍ଥୀଙ୍କ ଉପସ୍ଥାପନା ବୃଦ୍ଧି ପାଇଥିବା ବେଳେ ୪୦% ରୁ କମ୍ ମାର୍କ ରଖୁଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ୨୧% ରୁ ୬% କୁ ଖସିଛି ଏବଂ ବୋର୍ଡ ପରୀକ୍ଷା ଫଳାଫଳରେ ଜିଲ୍ଲା ୧୫ତମ ସ୍ଥାନରୁ ୫ମ ସ୍ଥାନରେ ରହିଛି । ଉଦିଆଁ ତରା ଅଭିଯାନ ଅନ୍ତର୍ଗତ ରେମେଡିଆଲ୍ କ୍ଲାସ, ଶିକ୍ଷଣ ସାମଗ୍ରୀର‌ ବିକାଶ, ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ଖୋଜି ପୁଣି ବିଦ୍ୟାଳୟକୁ ଆଣିବା, ସାପ୍ତାହିକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି।
ଜନଜାତି ବହୁଳ ଜିଲ୍ଲା କଳାହାଣ୍ଡିରେ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇ ପାରିଛି।

ଜନଜାତି ଛାତ୍ରଛାତ୍ରୀ ସେମାନଙ୍କ ନିଜ ଭାଷାରେ ଶିକ୍ଷାଗ୍ରହଣ କରୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୭% କୁ ବୃଦ୍ଧି ପାଇଛି । ଆଗକୁ ରାଜ୍ୟ ସରକାରଙ୍କ ଶିକ୍ଷା ଯୋଜନା ଗୁଡିକୁ କିପରି ତୃଣମୂଳସ୍ତରରେ ପହଞ୍ଚାଯାଇପାରିବ ସେ ନେଇ ଜିଲାପାଳଙ୍କ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories